ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା, ପରସ୍ପର ସହ ଧକ୍କା ହେଲେ ୧୧ ଗାଡ଼ି

ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏଠାରେ ପରସ୍ପର ସହ ଧକ୍କା ହୋଇଛନ୍ତି ୧୧ଟି ଗାଡ଼ି। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍‌ ଉପରେ ଆଉ ଏକ କାର୍‌ ଚଢ଼ିଯାଇଥିବା ଦେଖିବାକୁ ମିଳିଛି।

ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏଠାରେ ପରସ୍ପର ସହ ଧକ୍କା ହୋଇଛନ୍ତି ୧୧ଟି ଗାଡ଼ି। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍‌ ଉପରେ ଆଉ ଏକ କାର୍‌ ଚଢ଼ିଯାଇଥିବା ଦେଖିବାକୁ ମିଳିଥିଲା। ଏଥିରେ ଅନେକ ଲୋକ ଆହତ ହୋଇଥିବା ସୂଚନା ରହିଛି। ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ଦୁର୍ଘଟଣା ଯୋଗୁ ଏକ୍ସପ୍ରେସୱେରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ଏବେ ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଅନେକ ଗାଡ଼ିର ଛାତ ଉଡ଼ିଯାଇଥିବା ଦେଖିବାକୁ ମିଳିଛି। କାର୍‌ଗୁଡ଼ିକ ସହ ଟ୍ରକ୍‌ ମଧ୍ୟ ଧକ୍କା ହୋଇଛି। କେତେକ ଗାଡ଼ିର ସାମ୍ନା ପାର୍ଶ୍ୱ ସମ୍ପୂର୍ଣ୍ଣ ଭାଙ୍ଗି ଚୁର୍‌ମାର ହୋଇଯାଇଛି।

ଏହି ଘଟଣାରେ ଏକାଧିକ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ NHAI ଟିମ୍‌ ସହ ପୋଲିସ ଟିମ୍‌ ପହଞ୍ଚି ରାସ୍ତାରୁ ଜାମ୍‌ ହଟାଇବାରେ ଲାଗିଛି। ଜାମ୍‌ରେ ଫସିଥିବା ଗାଡ଼ିମୋଟରଗୁଡ଼ିକୁ ଧୀରେ ଧୀରେ ବାହାର କରାଯାଉଛି। ସେପଟେ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ମଧ୍ୟ ମୁଖ୍ୟ ରାସ୍ତାରୁ ହଟାଯାଉଛି। ତେବେ ଏହି ଦୁର୍ଘଟଣା କିପରି ଘଟିଲା, ତାହାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ।