ମାଓ ଶିବିରରେ ମହିଳା ନକ୍ସଲଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ସାଂଘାତିକ ଖୁଲାସା କଲେ ନବରଙ୍ଗପୁର ଏସ୍‌ପି

ମହିଳା ଓ ଝିଅଙ୍କୁ ଯୌନ ନିର୍ଯାତନା ଦେଉଥିବା ଜଣାପଡୁଛି । ନକ୍ସଲ କ୍ୟାମ୍ପରୁ ବହୁ ଆପତ୍ତିଜନକ ସାମଗ୍ରୀ ଓ ବିସ୍ଫୋରକ ଜବତ ହୋଇଛି । ଏସଓଜି ଯବାନଙ୍କ କମ୍ବିଂ ବେଳେ ନବରଙ୍ଗପୁର ଜିଲ୍ଲା ରାଇଘର ସୀମାରେ ନକ୍ସଲଙ୍କ ସହ ଗୁଳି ବିନିମୟ ହୋଇଥିବା ଜଣା ପଡିଛି ।

କେନ୍ୟୁଜ୍(ବ୍ୟୁରୋ):ନକ୍ସଲ କ୍ୟାମ୍ପରେ ମହିଳା ନକ୍ସଲଙ୍କୁ ଦିଆଯାଉଛି ଯୌନ ନିର୍ଯାତନା । ଏଭଳି ସାଂଘାତିକ ଖୁଲାସା କରିଛନ୍ତି ନବରଙ୍ଗପୁର ଏସ୍‌ପି ଏସ. ସୁଶ୍ରୀ । ନକ୍ସଲ କ୍ୟାମ୍ପରୁ ବହୁ ଆପତ୍ତିଜନକ ସାମଗ୍ରୀ ମିଳିଛି । ମହିଳା ଓ ଝିଅଙ୍କୁ ଯୌନ ନିର୍ଯାତନା ଦେଉଥିବା ଜଣାପଡୁଛି । ନକ୍ସଲ କ୍ୟାମ୍ପରୁ ବହୁ ଆପତ୍ତିଜନକ ସାମଗ୍ରୀ ଓ ବିସ୍ଫୋରକ ଜବତ ହୋଇଛି । ଏସଓଜି ଯବାନଙ୍କ କମ୍ବିଂ ବେଳେ ନବରଙ୍ଗପୁର ଜିଲ୍ଲା ରାଇଘର ସୀମାରେ ନକ୍ସଲଙ୍କ ସହ ଗୁଳି ବିନିମୟ ହୋଇଥିବା ଜଣା ପଡିଛି ।

ଓଡ଼ିଶା ସୀମାନ୍ତ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ଶୋଭା ଅଞ୍ଚଳରେ ଗୁଳି ବିନିମୟ ବେଳେ କ୍ୟାମ୍ପ ଛାଡ଼ି ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । ଗୁଳି ବିନିମୟରେ କେହି ମୃତାହତ ହୋଇନାହାନ୍ତି । ନବରଙ୍ଗପୁର ଏସ୍‌ପିଙ୍କ ସୂଚନା ଅନୁଯାୟୀ ଗତକାଲି ସକାଳ ୯ଟାରେ ପୋଲିସ ଓ SOGର ଦୁଇଟି ୟୁନିଟ୍‌ କରି ମାଓବାଦୀ ବିରୋଧୀ ଅପରେସନ୍‌ ଆରମ୍ଭ କରିଥିଲେ। ୨୦ରୁ ୨୫ ସଶସ୍ତ୍ର ମାଓବାଦୀ ପୋଲିସ ଟିମ୍‌ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ପୋଲିସ ପକ୍ଷରୁ ମଧ୍ୟ ଗୁଳିମାଡ଼ ହୋଇଥିଲ। ପ୍ରାୟ ଅଧଘଣ୍ଟା ଧରି ଚାଲିଥିଲା ଫାୟାରିଂ। ତେବେ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ନକ୍ସଲମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।