ଡିପାର୍ଟମେଣ୍ଟ ଅଫ ଆଟମିକ ଏନର୍ଜିରେ ଷ୍ଟୋରକିପର ପଦବୀ ଖାଲି, ମାସକୁ ଦରମା ୮୧ ହଜାରରୁ ଅଧିକ

ଡିପାର୍ଟମେଣ୍ଟ ଅଫ ଆଟମିକ ଏନର୍ଜିରେ ୬୫ ପଦବୀ ଖାଲି । ୬୦ ପ୍ରତିଶତ ମାର୍କ ସହିତ ଡିପ୍ଲୋମା କରିଥିଲେ ତୁରନ୍ତ କରନ୍ତୁ ଆବେଦନ । ଆବେଦନ କରିବାର ଶେଷ ତାରିଖ ୧୫ ମଇ, ୨୦୨୩ ରହିଛି ।

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଡିପାର୍ଟମେଣ୍ଟ ଅଫ ଆଟମିକ ଏନର୍ଜିରେ ଖାଲିପଡିଛି ଅନେକ ପଦବୀ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟ୍‌ dae.gov.in କୁ ଯାଇ ଆବେଦନ କରିପାରିବେ । ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ୨୨ ଏପ୍ରିଲରୁ ଆରମ୍ଭ ହୋଇଛି । ଆଉ ୧୫ ମେ, ୨୦୨୩ରେ ସମାପ୍ତ ହେବ ।

ପଦବୀ ବିବରଣୀ : ୬୫

ଜୁନିଅର ଷ୍ଟୋରକିପର

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୫ ମେ, ୨୦୨୩ ରହିଛି ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୧୮ ବର୍ଷ ଏବଂ ସର୍ବାଧିକ ୨୭ ବର୍ଷ ହେବା ଜରୁରୀ ।

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ୬୦ ପ୍ରତିଶତ ମାର୍କ ସହିତ ବିଜ୍ଞାନ/କର୍ମସରେ ସ୍ନାତକ କିମ୍ବା ମେକାନିକାଲ/ଇଲେକ୍ଟ୍ରିକାଲ/ ଇଲେକ୍ଟ୍ରୋନିକ୍ସ ଇଂଜିନିୟରଂ/କମ୍ପ୍ୟୁଟର ସାଇନ୍ସରେ ଡିପ୍ଲୋମା ପାସ୍‌ କରିଥିବା ଜରୁରୀ ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ସଂକ୍ଷିପ୍ତ ପ୍ରଶ୍ନୋତ୍ତର ଟେଷ୍ଟ ଏବଂ ଦୀର୍ଘ ଉତ୍ତରରେ ହେବ । ପ୍ରଥମ ପର୍ଯ୍ୟାୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପ୍ରାର୍ଥୀଙ୍କୁ ଜୁନରେ ଆୟୋଜନ ହେବାକୁ ଥିବା ପରୀକ୍ଷାରେ ସ୍ଥାନ ମିଳିବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ୨୫,୫୦୦ରୁ ଆରମ୍ଭ କରି ୮୧,୧୦୦ ଟଙ୍କା ମାସିକ ଦରମା ମିଳିବ ।

ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ୨୦୦ ଟଙ୍କ । ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କରେ ରିହାତି ମିଳିବ ।

କେମିତି କରିବେ ଆବେଦନ : ଏହି ଆବେଦନ ପାଇଁପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟ୍‌ dae.gov.in କୁ ଯାଇ ୧୫ ମଇ ପର୍ଯ୍ୟନ୍ତ ଅନଲାଇନ ଆବେଦନ କରିପାରିବେ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://st.adda247.com/https://www.careerpower.in/blog/wp-content/uploads/2023/04/16215102/DPS-DAE-Recruitment-2023-Notification.pdf

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.