Below header

ଇଏ କଳିଯୁଗର ରକ୍ତ ସମ୍ପର୍କ, ଧନସମ୍ପତ୍ତି ଲୋଭରେ ସରକାରୀ ଖାତାରେ ମାରି ଦେଉଛନ୍ତି ମା’କୁ

ମା’କୁ ମାରିଦେଲା ପୁଅ । ମା’ର ଶରୀର ଅଛି, ତାଦେହରେ ଜୀବନ ବି ଅଛି । ସେ ଚଲାବୁଲା ବି କରୁଛି । ଖାଉଛି ପିଉଛି । ହେଲେ ସରକାରୀ ଖାତାପତ୍ରରେ ମା’କୁ ଜୀବନରୁ ମାରି ଦେଇଛି ଜନ୍ମକଲା ପୁଅ । ଜମି ପାଇଁ ଏମିତି କରିଛି ପୁଅ ।

ଭୁବନେଶ୍ୱର(କେନ୍ୟୁଜ):  ମା’କୁ ମାରିଦେଲା ପୁଅ । ମା’ର ଶରୀର ଅଛି, ତାଦେହରେ ଜୀବନ ବି ଅଛି । ସେ ଚଲାବୁଲା ବି କରୁଛି । ଖାଉଛି ପିଉଛି । ହେଲେ ସରକାରୀ ଖାତାପତ୍ରରେ ମା’କୁ ଜୀବନରୁ ମାରି ଦେଇଛି ଜନ୍ମକଲା ପୁଅ । ଜମି ପାଇଁ ଏମିତି କରିଛି ପୁଅ । ଏକଥା ଆମେ ମନରୁ କହୁନୁ ଆଜ୍ଞା । କହୁଛନ୍ତି ନିଜେ ଜନ୍ମଦାତ୍ରୀ । ପୁଅର ଏଭଳି କାରନାମାକୁ ନେଇ ସେ ପୋଲିସ୍‌ ଥାନାର ଦୁଆରେ ଆସି ପହଞ୍ଚିଛନ୍ତି । ଖଣ୍ଡଗିରି ଥାନା ପୋଲିସ୍‌ରେ ଅଭିଯୋଗ କରିଛନ୍ତି ଦୁଃଖିନୀ ମା । ଜମି ପାଇଁ ତାଙ୍କ ମନରେ ଯେତିକି ଦୁଃଖ ନାହିଁ ତାଠାରୁ ବେଶି ଆଘାତ ଲାଗିଛି ଯାହାକୁ ନିଜ ରକ୍ତରେ ଗଢ଼ିଲେ, ନିଜ ଛାତିର କ୍ଷୀର ଦେଇ ବଞ୍ଚାଇ ରଖିଲେ ସେଇ ପୁଅ ଏଭଳି କରିଛି । ତାଙ୍କ ଡେଥ୍‌ ସାର୍ଟିଫିକେଟ୍‌ ବାହାର କରିଛି ବଞ୍ଚି ଥାଉ ଥାଏ । ତେବେ ଏପୁଅଟି କୁଆଡ଼େ ଏଡ଼େ ମାରାତ୍ମକ ଯେ କେବଳ ମା ନୁହେଁ ଭାଇକୁ ମଧ୍ୟ ଦୁର୍ଘଟଣାରେ ମୃତ ଦର୍ଶାଇ ତିଆରି କରିଛି ଡେଥ୍‌ ସାର୍ଟିଫିକେଟ୍‌ । ଏକଥା ନିଜେ ମା କହିଛନ୍ତି ପୋଲିସ୍‌ ଆଗରେ । ଲିଖିତ ଅଭିଯୋଗ ବି ରୁଜୁ କରିଛନ୍ତି ।

 

ଏ ଘଟଣା ହେଉଛି ଭୁବନେଶ୍ୱର ବରମୁଣ୍ଡା ଗାଁର । ମହିଳା ହେଉଛନ୍ତି ସକ୍ଷୀ ମହାରଣା । ତାଙ୍କ ବଡ଼ ପୁଅ କୃଷ୍ଣଚନ୍ଦ୍ର ମହାରଣାଙ୍କ ନାଁରେ ସେ ଅଭିଯୋଗ କରିଛନ୍ତି ଖଣ୍ଡଗିରି ଥାନାରେ । ମା ସକ୍ଷୀଙ୍କ ଅଭିଯୋଗ ହେଉଛି କି ଅନେକ ସମୟରେ ପୁଅ ତାଙ୍କୁ ମାରପିଟ୍‌ କରୁଛି । ଏମିତିକି ଜୀବନରୁ ମାରି ଦେବାକୁ ଚେଷ୍ଟା କରିଛି । ଏସବୁ କିଛି କେବଳ ଜମିବାଡ଼ି ପାଇଁ । ପୁଅ କୃଷ୍ଣର କଂସ ଭଳି କାରନାମା ଦେଖି, ତାକୁ ଜନ୍ମ ନକରିଥିଲେ ଭଲ ହୋଇଥାନ୍ତା ବୋଲି ମା ସକ୍ଷୀ କହିଛନ୍ତି । ସରକାରୀ କାଗଜପତ୍ରରେ ମା’କୁ ମାରି ଗୋଟିଏ ପରେ ଗୋଟିଏ ଜମି ହଡ଼ପ କରିଛି ପୁଅ । ସେହିଭଳି ମା ଓ ସାନପୁଅ ୠଷିକେଶ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ତାଙ୍କ ନାଁରେ ବି ଡେଥ୍‌ ସାର୍ଟିଫିକେଟ୍‌ ବାହାର କରିଛି ବଡ଼ ଭାଇ । ମା ଓ ଭାଇକୁ ଘରୁ ବାହାର କରି ଦେଇଛି । ଏତେସବୁ ଘଟିଯିବା ପରେ ସେମାନେ ଥାନାକୁ ଆସିଛନ୍ତି । ଉଭୟଙ୍କ ହାତରେ କୃଷଙ୍କ ନାଁରେ ଲମ୍ବା ଅଭିଯୋଗ ତାଲିକା ।

କୃଷ୍ଣଙ୍କ ସାନ ଭାଇ କୋଲକାତାରେ ବ୍ୟବସାୟ କରନ୍ତି । ବଡ଼ ଭାଇ ମା’ଙ୍କୁ ଏପରି ହିନିମାନିଆ କରି ନିର୍ଯାତନା ଦେଉଥିବା ଖବର ପାଇ ଓଡ଼ିଶା ଆସିଥିଲେ । କିନ୍ତୁ ଘରେ ପହଞ୍ଚିବା ପରେ ଯାହା ଦେଖିଲେ ଓ ଶୁଣିଲେ ସେଥିରେ ତାଙ୍କ ପାଦ ତଳୁ ଯେମିତି ମାଟି ଖସି ଯାଇଥିଲା। ମା ଓ ସାନ ଭାଇ ବଞ୍ଚି ଥାଉ ଥାଉ ସେମାନଙ୍କ ଡେଥ୍‌ ସାର୍ଟିଫିକେଟ୍‌ ବଡ ଭାଇ ତିଆର କରି ସାରିଛି । ପଚାରିବାରୁ ଓଲଟା ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ ବୋଲି କହିଛନ୍ତି ମା ଓ ପୁଅ ।

fir

ସତରେ, ଇଏ କଳିଯୁଗ । ନହେଲେ ନିଜ ସଂସ୍କାର ଭୁଲି ଧନସମ୍ପତ୍ତି ଲୋଭରେ କୌଣସି ପୁଅ କଣ ଏମିତି କରି ପାରେ । ତେବେ ଏଇ ସଂଗୀନ ଅଭିଯୋଗ ଉପରେ ପୋଲିସ୍‌ର କାର୍ଯ୍ୟାନୁଷ୍ଠା କଣ ହେଉଛି, ତାକୁ ହିଁ ଅପେକ୍ଷା । ଅନ୍ୟପଟେ ଏସବୁ ଗୁରୁତର ଅଭିଯୋଗକୁ ନେଇ ବଡ଼ ପୁଅ କୃଷ୍ଣଚନ୍ଦ୍ରଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ତେବେ ଘଟଣା ଯଦି ସତ ତାହା ହେଲେ କେବଳ ପୁଅ କାହିଁକି ଏ ଜାଲ୍‌ ଡେଥ୍‌ ସାର୍ଟିଫିକେଟ୍‌ ବନାଇଥିବା ଲୋକ ବିରୋଧରେ ବି କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଦରକାର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.