ମହିଳା କ୍ରିକେଟର୍ସଙ୍କ ବାର୍ଷିକ କଣ୍ଟ୍ରାକ୍ଟ ଲିଷ୍ଟ ଜାରି କଲା ବିସିସିଆଇ, ପୁରୁଷଙ୍କ ତୁଳନାରେ ବହୁତ କମ୍‌ ଫି ମିଳିବ

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଜାରି କଲା ମହିଳା କ୍ରିକେଟର୍ସଙ୍କ ନୂଆ ବାର୍ଷିକ କଣ୍ଟ୍ରାକ୍ଟ ଲିଷ୍ଟ । ୧୭ ଖେଳାଳିଙ୍କୁ ମିଳିଛି ସ୍ଥାନ । ୩ ଜଣ ଖେଳାଳି ରହିଛନ୍ତି ଗ୍ରେଡ ଏରେ ।

ମହିଳା କ୍ରିକେଟର୍ସଙ୍କ ନୂଆ କଣ୍ଟ୍ରାକ୍ଟ ଲିଷ୍ଟ ଜାରି କଲା ବିସିସିଆଇ । ଏହି ତାଲିକାରେ ୧୭ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି । ବିସିସିଆଇ ନୂଆ ଗ୍ରେଡ ଏରେ ଅଧିନାୟକ ହରମନପ୍ରୀତଙ୍କ ବ୍ୟତୀତ ଅନ୍ୟ ୨ ଜଣଙ୍କୁ ଗ୍ରେଡ ଏରେ ସ୍ଥାନ ଦେଇଛି । ସ୍ମୃତି ମନ୍ଧାନା ଏବଂ ଦିପ୍ତୀ ଶର୍ମାଙ୍କୁ ସ୍ଥାନ ମିଳିଛି ।

ବିସିସିଆଇ ମହିଳା କ୍ରିକେଟର୍ସଙ୍କ ବାର୍ଷିକ ଚୁକ୍ତିକୁ ୩ଟି ବିଭାଗରେ ବିଭକ୍ତ କରିଛି । ଏ କ୍ୟାଟେଗୋରୀରେ ୩ ଜଣ ଖେଳାଳିଙ୍କୁ ପ୍ରତିବର୍ଷ ୫୦ ଲକ୍ଷ ଟଙ୍କା ମିଳିବ । ସେହିପରି ବି କ୍ୟାଟେଗୋରୀରେ ଥିବା ୫ ଖେଳାଳିଙ୍କୁ ବର୍ଷକୁ ୩୦ ଲକ୍ଷ ଟଙ୍କା ମିଳିବ । ଆଉ ଗ୍ରେଡ ସିରେ ଥିବା ୧୦ ଜଣ ଖେଳାଳିଙ୍କୁ ବାର୍ଷିକ ୧୦ ଲକ୍ଷ ଟଙ୍କା ମିଳିବ ।

ଗ୍ରେଡ ଏ (୫୦ ଲକ୍ଷ) : ହରମନପ୍ରୀତ କୌର, ସ୍ମୃତି ମନ୍ଧାନା, ଦିପ୍ତୀ ଶର୍ମା ।

ଗ୍ରେଡ ବି (୩୦ ଲକ୍ଷ): ରେଣୁକା ଠାକୁର, ଶେଫାଳି ବର୍ମା, ରିଚା ଘୋଷ, ରାଜେଶ୍ୱରୀ ଗାଏକ୍ୱାଡ, ଜେମିମ ରୋଡ୍ରିଂସ

ଗ୍ରେଡ ସି (୧୦ ଲକ୍ଷ): ମେଗ୍ନା ସିଂ, ଦେବିକା ବିଦ୍ୟା, ଅଞ୍ଜଳି ସରଓ୍ଵାନୀ, ପୂଜା ବସ୍ତ୍ରାକର, ସଭିନେନୀ ମେଘନା, ସ୍ନେହ ରାଣା, ରାଧା ଯାଦବ, ହରଲୀନ ଦେଓଲ, ୟଶିକା ଭାଟିଆ ।

ତେବେ ପୁରୁଷ କଣ୍ଟ୍ରାକ୍ଟ ଲିଷ୍ଟ ଅନୁସାରେ ମହିଳାଙ୍କର ବହୁତ କମ୍‌ ଫିସ ରହିଛି । ପୁରୁଷ କଣ୍ଟ୍ରାକ୍ଟ ଲିଷ୍ଟ ୪ ଟି କ୍ୟାଟେଗୋରୀରେ ବିଭକ୍ତ କରାଯାଇଥିଲା ।

ବିସିସିଆଇ କେନ୍ଦ୍ରୀୟ ଚୁକ୍ତି :

ଗ୍ରେଡ୍-୧+ (୭ କୋଟି): ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରା, ରବୀନ୍ଦ୍ର ଜାଡେଜା।

ଗ୍ରେଡ୍-ଏ (୫ କୋଟି): ହାର୍ଦ୍ଦିକ ପାଣ୍ଡ୍ୟା, ଆର୍ ଅଶ୍ବିନ, ମହମ୍ମଦ ସାମି, ଋଷଭ ପିନ୍ତ, ଅକ୍ଷର ପଟେଲ୍।

ଗ୍ରେଡ୍-ବି (୩ କୋଟି): ଚେତେଶ୍ବର ପୂଜାରା, କେଏଲ୍ ରାହୁଲ, ଶ୍ରେୟସ ଆୟର, ମହମ୍ମଦ ସିରାଜ, ସୂର୍ଯ୍ୟକୁମାର ଯାଦବ, ଶୁବମନ ଗିଲ୍।

ଗ୍ରେଡ୍-ସି (୧ କୋଟି): ଉମେଶ ଯାଦବ, ଶିଖର ଧୱନ, ଶାର୍ଦ୍ଦୁଳ ଠାକୁର, ଈଶାନ କିଶନ, ଦୀପକ ହୁଡ଼ା, ୟୁଝବେନ୍ଦ୍ର ଚହଲ, କୁଲଦୀପ ଯାଦବ, ୱାସିଂଟନ୍ ସୁନ୍ଦର, ସଞ୍ଜୁ ସାମସନ, ଅର୍ଶଦୀପ ସିଂହ, କେଏସ୍ ଭରତ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.