ଜିୟା ଖାନ ମୃତ୍ୟୁ ମାମଲା: ଆସନ୍ତାକାଲି CBI ଶୁଣାଇବ ଅନ୍ତିମ ନିଷ୍ପତ୍ତି

ବଲିଉଡ୍‌ ଅଭିନେତ୍ରୀ ଜିୟା ଖାନ ୧୦ ବର୍ଷ ତଳେ ନିଜ ଆପାର୍ଟମେଣ୍ଟରେ ମୃତ ଅବସ୍ଥାରେ ମିଳିଥିଲେ। ଏତେ ବର୍ଷ ବିତିଯିବା ପରେ ମଧ୍ୟ ଅଭିନେତ୍ରୀଙ୍କ ମୃତ୍ୟୁ ରହସ୍ୟ ଏ ପର୍ଯ୍ୟନ୍ତ ଉନ୍ମୋଚିତ ହୋଇପାରି ନାହିଁ।

ବଲିଉଡ୍‌ ଅଭିନେତ୍ରୀ ଜିୟା ଖାନ ୧୦ ବର୍ଷ ତଳେ ନିଜ ଆପାର୍ଟମେଣ୍ଟରେ ମୃତ ଅବସ୍ଥାରେ ମିଳିଥିଲେ। ଏତେ ବର୍ଷ ବିତିଯିବା ପରେ ମଧ୍ୟ ଅଭିନେତ୍ରୀଙ୍କ ମୃତ୍ୟୁ ରହସ୍ୟ ଏ ପର୍ଯ୍ୟନ୍ତ ଉନ୍ମୋଚିତ ହୋଇପାରି ନାହିଁ। ଜିୟାଙ୍କ ମୃତ୍ୟୁ ପରେ ତାଙ୍କ ଘରୁ ଏକ ୬ ପୃଷ୍ଠା ବିଶିଷ୍ଟ ସୁଇସାଇଟ୍‌ ନୋଟ୍‌ ମିଳିଥିଲା। ଏହାପରଠାରୁ ଜିୟାଙ୍କ ମା’ ନିଜ ଝିଅକୁ ନ୍ୟାୟ ଦେବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଆସୁଛନ୍ତି।

ଏବେ ସିବିଆଇର ବିଶେଷ ଜଜ୍‌ ଏଏସ୍‌ ସୟୈଦ ଏପ୍ରିଲ ୨୮ ସକାଳ ୧୦ଟା ୩୦ରେ ଏହି ମାମଲାରେ ଅନ୍ତିମ ନିଷ୍ପତ୍ତି ଶୁଣାଇବାକୁ ଯାଉଛନ୍ତି। କହି ରଖୁଛୁ, ମୁମ୍ବାଇ ପୋଲିସ ଜିୟା ମୃତ୍ୟୁ ମାମଲାରେ ସୂରଜ ପାଞ୍ଚୋଲିଙ୍କୁ ଗିରଫ ମଧ୍ୟ କରିଥିଲା ଏବଂ ୨ ସପ୍ତାହ ପରେ ତାଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା। ୨୦୧୪ରେ ଜିୟାଙ୍କ ମୃତ୍ୟୁ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା।

ଅଭିନେତ୍ରୀଙ୍କ ମା’ ରାବିଆ ଖାନ ତାଙ୍କ ଝିଅର ହତ୍ୟା ନେଇ ସୂରଜ ପାଞ୍ଚୋଲିଙ୍କ ଉପରେ ଅଭିଯୋଗ ଆଣିଥିଲେ। କିନ୍ତୁ ଆଇନ ଏହାକୁ ଆତ୍ମହତ୍ୟା ବୋଲି କହିଛି। ରବିଆ ବମ୍ବେ କୋର୍ଟରେ ଏଥିପାଇଁ ପିଟିସନ ବି ଦାଖଲ କରିଥିଲେ, ଯାହାକୁ କୋର୍ଟ ଖାରଜ କରିଦେଇଥିଲେ। କୋର୍ଟଙ୍କ ତରଫରୁ କୁହାଯାଇଥିଲା କି, ସିବିଆଇ ଦ୍ୱାରା ଏହି ମାମଲାରେ ଗମ୍ଭୀର ତଦନ୍ତ କରାଯାଇଛି, ଯେଉଁଥିରେ ଜିୟା ଆତ୍ମହତ୍ୟା କରିଥିବା ସାମ୍ନାକୁ ଆସିଛି।