କେନାଲରେ ବୁଡ଼ିଲା କାର, ଘଟଣାସ୍ଥଳରେ ୫ ମୃତ

ଉତ୍ତରପ୍ରଦେଶର କାସଗଞ୍ଜ ଜିଲ୍ଲାରେ ଏକ କାର ଭାରସାମ୍ୟ ହରାଇ କେନାଲରେ ପଡ଼ିଯାଇଥିଲା। ଭାରସାମ୍ୟ ହରାଇ କାର କେନାଲର ପଡ଼ି ଯାଇଥିବାରୁ ଭୟଙ୍କର ଦୁର୍ଘଟଣା ଘଟିଛି । ର୍ଘଟଣାସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ହୋଇଛି ।

ଉତ୍ତରପ୍ରଦେଶର କାସଗଞ୍ଜ ଜିଲ୍ଲାରେ ଘଟିଛି ଭୟଙ୍କର କାର ଦୁର୍ଘଟଣା । ଦୁର୍ଘଟଣାସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ହୋଇଛି । ଭାରସାମ୍ୟ ହରାଇ କାର କେନାଲର ପଡ଼ି ଯାଇଥିବାରୁ ଏଭଳି ଦୁର୍ଘଟଣା ଘଟିଛି । ତେବେ ସହାବର-ଏଟା ରାସ୍ତା ଥିବା ମୁହାରେ ଘାଟ ନିକଟରେ କାରଟି ଭାରସାମ୍ୟ ହରାଇ କେନାଲରେ ପଡ଼ିଯାଇଥିବା ସୂଚନା ମିଳିିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ଦୁଇ ଦମ୍ପତ୍ତି ସାମିଲ ଥିଲେ । କାରରେ ଥିବା ଜଣେ ରୋଗାଗ୍ରସ୍ଥ ମହିଳାଙ୍କୁ ଚିକିତ୍ସା ପାଇଁ ଏଟା ଅଞ୍ଚଳକୁ ନେଇ ଯାଉଥିବା ସମୟରେ ହିଁ ଦୁର୍ଘଟଣା ଘଟିଥିଲା ।

ଗଞ୍ଜଡୁଣ୍ଡଓ୍ଵାରା ଅନ୍ତର୍ଗତ ନଗଲା ଉମେଦ ଗାଁର ନିବାସୀ ୩୫ ବର୍ଷିୟ ନୀରଜଙ୍କ ପତ୍ନୀ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ରବିବାର ରାତିରେ ତାଙ୍କର ଦେହ ଅଧିକ ମାତ୍ରାରେ ଅସୁସ୍ଥ ହୋଇଥିଲା । ଏହି ସମୟରେ ନୀରଜ ଏଟାର କିଛି ସମ୍ପର୍କୀୟଙ୍କ ସହ ଫୋନରେ କଥାବାର୍ତ୍ତା କରିଥିଲେ । ଏହା ପରେ ସେ ପଡ଼ୋଶୀ ଗାଁ ଜୈଦରରୁ ନିଜ ବନ୍ଧୁ ଶିବମଙ୍କୁ ଡାକିଥିଲେ । ଶିବମ କାର ଚଲାଇ ଏଟା ଅଞ୍ଚଳକୁ ବାହାରିଥିଲେ । ନୀରଜ ତାଙ୍କ ସ୍ତ୍ରୀଙ୍କ, ନୀରଜଙ୍କ ଦାଦା ତେଜେନ୍ଦ୍ର ଏବଂ ତାଙ୍କ ସ୍ତ୍ରୀ ସନ୍ତୋଷୀ ମଧ୍ୟ କାରରେ ଯାଇଥିଲେ ।

ଅମାନପୁର ପାର କରିବା ପରେ କାରଟି ଏଟା ଅଞ୍ଚଳରେ ପ୍ରବେଶ କରିଥିଲା । କାରଟି ଭାରସାମ୍ୟ ହରାଇ ମୁହାରେ ଘାଟ ଗାଁ ନିକଟରେ ଥିବା କେନାଲରେ ପଡ଼ି ଯାଇଥିଲା । ଏହି ଦୁର୍ଘଟଣା ରାତି ପ୍ରାୟ ୧୨ଟା ସମୟରେ ହୋଇଥିବା କୁହାଯାଉଛି । ଅନ୍ୟପଟେ ନୀରଜ ଯେତେବେଳେ ରାତି ୨ଟା ପର୍ଯ୍ୟନ୍ତ ଏଟାରେ ପହଞ୍ଚନଥିଲେ ସେତେବେଳେ ଏଟାରେ ଥିବା ତାଙ୍କ ସମ୍ପର୍କୀୟ ନୀରଜଙ୍କ ଘରେ ଫୋନ କରି ଯୋଗାଯୋଗ କରିଥିଲେ । ଏହା ପରେ ନୀରଜଙ୍କ ସମ୍ପର୍କୀୟ ଅନ୍ୟ ଏକ କାର ଧରି ନୀରଜଙ୍କୁ ଖୋଜିବା ପାଇଁ ବାହାରିଥିଲେ । ସକାଳ ପ୍ରାୟ ୪ ଟା ସମୟରେ ଏଟାସ୍ଥିତ କେନାଲ ନିକଟରେ ସେଠାକାର କିଛି ଗ୍ରାମବାସୀ କେନାଲରେ ଓଲଟି ପଡ଼ିଥିବା କାର ବିଷୟରେ ତାଙ୍କୁ ସୂଚନା ଦେଇଥିଲେ ।

ସମ୍ପର୍କୀୟ ଜଣଙ୍କ ଘଟଣାସ୍ଥଳରେ ଯାଇ କାରଟିକୁ ଦେଖିଥିଲେ । କାରରେ ନୀରଜ ଏବଂ ଅନ୍ୟମାନେ ଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ପୋଲିସକୁ ସମ୍ପୃକ୍ତ ଘଟଣା ବିଷୟରେ ସୂଚନା ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାଞ୍ଚ ଜଣଙ୍କୁ ଉଦ୍ଧାର କରିଥିଲା କିନ୍ତୁ ପାଞ୍ଚଜଣଙ୍କର ମୃତ୍ୟୁ ହୋଇଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.