ଆଫଗାନିସ୍ତାନରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୨୪ ଜୀବନ

ରାସ୍ତାର ଖରାପ ଅବସ୍ଥା ହେତୁ ଆଫଗାନିସ୍ତାନରେ ପ୍ରତିଦିନ ଦୁର୍ଘଟଣା ଘଟୁଛି । ତାଲିବାନ ଶାସନ ପରେ ରାସ୍ତାର ଅବସ୍ଥା ଆହୁରି ଖରାପ ହୋଇଯାଇଛି । ସଡକ ଏବଂ ପରିବହନର ଅତ୍ୟାବଶ୍ୟକ କାର୍ଯ୍ୟ ସବୁ ଅଟକି ଯାଇଛି । ତାଲିବାନ ଶାସନର ଅବହେଳା ପାଇଁ ସାଧାରଣ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

(କେନ୍ୟୁଜ ବ୍ୟୁରୋ) : ଆଫଗାନିସ୍ତାନରେ ଏକ ସଡ଼କ ଦୁର୍ଘଟଣାରେ ୨୪ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଆଠ ଜଣ ଶିଶୁ ଏବଂ ୧୨ ଜଣ ମହିଳାଙ୍କ ସମେତ ୨୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ଏକ ଭ୍ୟାନ୍‌ରେ ଯାତ୍ରା କରୁଥିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି । ଏହି ଭ୍ୟାନ୍‌ରେ କ୍ଷମତାଠାରୁ ଅଧିକ ଯାତ୍ରୀ ଥିବାରୁ ଭ୍ୟାନ୍‌ଟି ଭାରସାମ୍ୟ ହରାଇଥିଲା । ସର-ଏ-ପୋଲ ପ୍ରଦେଶ ପୋଲିସର ମୁଖ୍ୟ ଦୀନ ମହମ୍ମଦ ନାଜରୀ କହିଛନ୍ତି ଯେ, ଭ୍ୟାନ୍ ଡ୍ରାଇଭରଙ୍କ ଅସାବଧାନତା ପାଇଁ ଗାଡି ଟି ରାସ୍ତାରୁ ତଳକୁ ଖସିପଡିଥିଲା । ଏହି ଭୟଙ୍କର ଦୁର୍ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ରାସ୍ତାର ଖରାପ ଅବସ୍ଥା ହେତୁ ଆଫଗାନିସ୍ତାନରେ ପ୍ରତିଦିନ ଦୁର୍ଘଟଣା ଘଟୁଛି । ତାଲିବାନ ଶାସନ ପରେ ରାସ୍ତାର ଅବସ୍ଥା ଆହୁରି ଖରାପ ହୋଇଯାଇଛି । ସଡକ ଏବଂ ପରିବହନର ଅତ୍ୟାବଶ୍ୟକ କାର୍ଯ୍ୟ ସବୁ ଅଟକି ଯାଇଛି । ତାଲିବାନ ଶାସନର ଅବହେଳା ପାଇଁ ସାଧାରଣ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନରେ ଦୁଇଟି ପୃଥକ ସଡ଼କ ଦୁର୍ଘଟଣାରେ କିଛି ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ଏହି ଦୁଇଟି ଦୁର୍ଘଟଣା ଲଘମନ ପ୍ରଦେଶରେ ଘଟିଥିବା ସୂଚନା ମିଳିଛି ।

ଟ୍ରାଫିକ ପୋଲିସର ସୂଚନା ଅନୁସାରେ ସଡକ ଖରାପ ଥିବାରୁ ତିନି ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ସମୟରେ କାବୁଲ-ନଙ୍ଗରହାରରେ ଯାଉଥିବା ଏକ ଗାଡି ସହିତ ଏକ ମିନିବସ୍ ମୁହାଁମୁହିଁ ଧକ୍କା ହୋଇ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଥିଲେ । ଅନ୍ୟ ଏକ ସଡ଼କ ଦୁର୍ଘଟଣାରେ ଆଫଗାନିସ୍ତାନର ଓ୍ଵାରଦକ ପ୍ରଦେଶରେ ଦୁଇ ଜଣ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୮ ଜଣ ଆହତ ହୋଇଛନ୍ତି । ଆଫଗାନିସ୍ତାନରେ ସଡକ ଦୁର୍ଘଟଣା ବୃଦ୍ଧି ହେବାର ମୁଖ୍ୟ କାରଣ ହେଉଛି ବିପଜ୍ଜନକ ଏବଂ ବେପରୁଆ ଭାବେ ଗାଡି ଚାଳନା । ରାସ୍ତା ମରାମତି ହୋଇନଥିବାରୁ ଏଭଳି ଦୁର୍ଘଟଣା ଘଟୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.