Below header

ହୃଦଘାତ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ହେଲା ହୃଦଘାତ, ୪୧ ବର୍ଷରେ ମୃତ

ଗୁଜୁରାଟ ଜାମନଗର ୪୧ବର୍ଷୀୟ ହୃଦରୋଗ ବିଶେଷଜ୍ଞ ଡା. ଗୌରବ ଗାନ୍ଧୀଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ପ୍ରାୟ ୧୬ହଜାର ସଫଳ ହାର୍ଟ ସର୍ଜରୀ କରିଛନ୍ତି ଡା. ଗୌରବ। ମାତ୍ର ନିଜେ ହୃଦଘାତର ଶୀକାର ହୋଇଛନ୍ତି ।

ଗୁଜୁରାଟ: ହୃଦଘାତ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ହେଲା ହୃଦଘାତ । ୪୧ ବର୍ଷ ବୟସରେ ମୃତ । ୧୬ହଜାର ଲୋକଙ୍କ ଜୀବନ ବଞ୍ଚାଇ ଦେବଦୂତ ସାଜିଥିଲେ । ଗୁଜୁରାଟ ଜାମନଗର ୪୧ବର୍ଷୀୟ ହୃଦରୋଗ ବିଶେଷଜ୍ଞ ଡା. ଗୌରବ ଗାନ୍ଧୀଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ପ୍ରାୟ ୧୬ହଜାର ସଫଳ ହାର୍ଟ ସର୍ଜରୀ କରିଛନ୍ତି ଡା. ଗୌରବ। ମାତ୍ର ନିଜେ ହୃଦଘାତର ଶୀକାର ହୋଇଛନ୍ତି ।

ଏତେ କମ ବୟସରେ ନିଜେ ଜଣେ ଡାକ୍ତର ହୋଇ ଗୌରବ କେମିତି ହୃଦଘାତର ଶୀକାର ହେଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଘରୁ ହସ୍ପିଟାଲକୁ ବାହାରିବା ସମୟରେ ଗୌରବଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ତାଙ୍କୁ ଡାକ୍ତରଖାନାରେ ତୁରନ୍ତ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ଅଳ୍ପ ସମୟ କ୍ୟାରିୟରରେ ଲୋକଙ୍କ ଚିକିତ୍ସା କରି ବହୁତ ନା କମାଇଥିଲେ ଡା. ଗୌରବ। ତେବେ ଏତେ କମ ବୟସରେ କିପରି ଗୌରବଙ୍କ ହୃଦଘାତରେ ମୃତ୍ୟୁ ତାହା ତାଙ୍କ ସାଥୀ ଡାକ୍ତର ସହ ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.