ମୁମ୍ବାଇ: ଶରୀରରେ ଥିଲା ହଜାରେ ରୋଗ, ମାନସିକ ଚିନ୍ତାରେ ୧୮ତମ ମହଲାରୁ ଡେଇଁ ଜୀବନ ହାରିଲେ ମହିଳା

ମୁମ୍ବାଇର ପୂର୍ବ ଉପନଗର ଭାଣ୍ଡୁପରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଥିବା ଏକ ଉଚ୍ଚ ବିଲ୍ଡିଂରୁ ଡେଇଁ ଜଣେ ମହିଳା ଜୀବନ ହାରିଛନ୍ତି।

ମୁମ୍ବାଇର ପୂର୍ବ ଉପନଗର ଭାଣ୍ଡୁପରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଥିବା ଏକ ଉଚ୍ଚ ବିଲ୍ଡିଂରୁ ଡେଇଁ ଜଣେ ମହିଳା ଜୀବନ ହାରିଛନ୍ତି। ରବିବାର ଘଟିଥିବା ଏହି ଘଟଣା ବିଷୟରେ ସୂଚନା ଦେଇ ପୋଲିସ କହିଛି, ମୃତ ମହିଳାଙ୍କ ବୟସ ୪୭ ବର୍ଷ ଥିଲା, ସେ ବିଲ୍ଡିଂର ୧୮ତମ ମହଲାରୁ ଡେଇଁ ପଡ଼ିଥିଲେ।

ପୋଲିସ ସୂଚନା ମୁତାବକ, ରିନା ସୋଲଙ୍କି ନାମ୍ନୀ ମହିଳା ଗତ ୩ ମାସ ଧରି ବିଭିନ୍ନ ରୋଗରେ ପୀଡ଼ିତ ଥିଲେ, ଯେଉଁ କାରଣରୁ ସେ ମାନସିକ ରୂପେ ଚିନ୍ତିତ ରହୁଥିଲେ। ଏହି ଘଟଣା ରବିବାର ସକାଳେ ଘଟିଥିଲା। ୨୨ ମହଲା ବିଶିଷ୍ଟ ତ୍ରିବେଣୀ ସଙ୍ଗମ ହାଉସିଂ ସୋସାଇଟିର ବିଲ୍ଡିଂରୁ ରିନା ଡେଇଁ ପଡ଼ିଥିଲେ। ପ୍ରଥମେ ସେ ଏକ ଚୌକିରେ ଛିଡ଼ା ହୋଇଥିଲେ ଏବଂ ଏହାପରେ ଝରକାରୁ ଡେଇଁ ଜୀବନ ହାରିଥିଲେ।

ଘଟଣା ପରେ ରିନାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୁତାବକ, ପ୍ରାଥମିକ ସୂଚନା ଆଧାରରେ ଦୁର୍ଘଟଣାବଶତଃ ମୃତ୍ୟୁ ମାମଲା ରୁଜୁ କରାଯାଇଛି। ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.