Below header

ଶୋଇବା ପୂର୍ବରୁ ଆଦୌ ଖାଆନ୍ତୁନି ଏହି ଜିନିଷ, ନଚେତ ଏହି ଗମ୍ଭୀର ରୋଗକୁ କରିବେ ନିମନ୍ତ୍ରଣ

ଅନେକ ସମୟରେ ଏହା ଦେଖିବାକୁ ମିଳେ ଯେ, ଲୋକମାନେ ଶୋଇବା ପୂର୍ବରୁ ଏଭଳି କିଛି ଖାଆନ୍ତି ଯେଉଁଥି ପାଇଁକି ସେମାନଙ୍କୁ ରାତିରେ ନିଦ ହୁଏ ନାହିଁ । ଏହା ଦ୍ବାରା ଦେହ ଖରାପ ହୋଇଥାଏ। ଦୀର୍ଘ ସମୟ ଧରି ଏହା କରିବା ଦ୍ୱାରା ସ୍ବାସ୍ଥ୍ୟ ଖରାପ ହୋଇଥାଏ।

ଅନେକ ସମୟରେ ଏହା ଦେଖିବାକୁ ମିଳେ ଯେ, ଲୋକମାନେ ଶୋଇବା ପୂର୍ବରୁ ଏଭଳି କିଛି ଖାଆନ୍ତି ଯେଉଁଥି ପାଇଁକି ସେମାନଙ୍କୁ ରାତିରେ ନିଦ ହୁଏ ନାହିଁ । ଏହା ଦ୍ବାରା ଦେହ ଖରାପ ହୋଇଥାଏ। ଦୀର୍ଘ ସମୟ ଧରି ଏହା କରିବା ଦ୍ୱାରା ସ୍ବାସ୍ଥ୍ୟ ଖରାପ ହୋଇଥାଏ। ଭଲ ନିଦ ପାଇଁ ରାତିରେ କମ୍ ମସଲାଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ। ଏହା ଆପଣଙ୍କ ଶରୀରର ତାପମାତ୍ରା ବଢାଇଥାଏ । ଶୋଇବା ପୂର୍ବରୁ ଅଧିକ ଖାଇବା ଦ୍ବାରା ନିଦ୍ରାହୀନତାର ଶିକାର ହେବାକୁ ପଡେ।

ଆଜିକାଲି ଅଧିକାଂଶ ଲୋକ ନିଦ୍ରାହୀନତାର ଶିକାର ହେଉଛନ୍ତି । ରାତିରେ ଅଧିକ ସମୟ ମୋବାଇଲ ଦେଖିବା ଦ୍ବାରା ନିଦ୍ରାହୀନତା ହେଉଥିବା କୁହାଯାଏ । କିନ୍ତୁ ଏତଦ୍ ବ୍ୟତିତ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ଖାଦ୍ୟରେ ଅନିୟମିତତା । ଅନେକ ଲୋକ ଶୋଇବା ପୂର୍ବରୁ ଏଭଳି କିଛି ଖାଇଥାନ୍ତି । ଯେଉଁଥି ପାଇଁକି ରାତିରେ ନିଦ ହୁଏ ନାହିଁ । ପରବର୍ତ୍ତୀ ସମୟରେ ତାହା ଭୟଙ୍କର ବ୍ୟାଧିରେ ପରିଣତ ହୁଏ ।

ଭଲ ସ୍ୱାସ୍ଥ୍ୟ ପାଇଁ ପର୍ଯ୍ୟାପ୍ତ ନିଦ ନିହାତି ଆବଶ୍ୟକ । ରାତିରେ ସଠିକ୍ ଭାବେ ନଶୋଇଲେ ହୃଦଘାତ, ଉଦାସୀନତା, ଦୁର୍ବଳ ଲାଗିବା ତଥା କର୍କଟ ଭଳି ଭୟଙ୍କର ରୋଗ ହୋଇପାରେ । ରାତିରେ ଶୋଇବା ପୂର୍ବରୁ କିଛି ଜିନିଷ ଖାଇବା ଠାରୁ ଦୂରେଇ ରୁହନ୍ତୁ । ଯାହା ଫଳରେ ସଠିକ୍ ନିଦ ହେବା ସହିତ ସ୍ବାସ୍ଥ୍ୟ ଖରାପ ହେବ ନାହିଁ । ସେଭଳି କିଛି ଜିନିଷ ବିଷୟରେ କହିବୁ ଯାହାକୁ ଖାଇଲେ ଆପଣଙ୍କୁ ରାତିରେ ନିଦ ହେବ ନାହିଁ ।

ରାତିରେ ଶୋଇବା ପୂର୍ବରୁ ପେନ୍‌କିଲର ବା ଯନ୍ତ୍ରଣା ଉପଶମକାରୀ ଔଷଧ ଖାଇବା ଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ । ଅନେକ ଗୁଡିଏ ମେଡିସିନ୍‌ରେ କ୍ୟାଫିନ ଭର୍ତ୍ତି ହୋଇ ରହିଥାଏ । ତେଣୁ ଡାକ୍ତରଙ୍କ ବିନା ଅନୁମତିରେ ରାତିରେ ମେଡିସିନ୍ ଖାଇବା ଉଚିତ ନୁହେଁ । ଶୋଇବା ପୂର୍ବରୁ ଏହି ସବୁ ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ ।

ଶୋଇବା ପୂର୍ବରୁ ଅତ୍ୟଧିକ ଡ୍ରାଏ ଫ୍ରୁଟସ୍, ବିନ୍ସ, ବ୍ରୋକୋଲି, ଫୁଲ କୋବି ଖାଆନ୍ତୁ ନାହିଁ । ଏଗୁଡିକ ଶରୀର ପାଇଁ ଭଏ କିନ୍ତୁ ଏଥିରେ ଫାଇବର ଅଂଶ ଅଧିକ ରହୁଥିବାରୁ ରାତିରେ ଶୋଇବା ପୂର୍ବରୁ ଖାଇବା ଉଚିତ ନୁହେଁ । ଅତ୍ୟଧିକ ଅମ୍ଳୀୟ ଖାଦ୍ୟ ଯେପରିକି ସାଇଟ୍ରସ୍ ରସ, କଞ୍ଚା ପିଆଜ, ହ୍ବାଇଟ୍ ଓ୍ବାଇନ୍‌ ଏବଂ ଟମାଟୋ ସସ୍ ଖାଇବା ଦ୍ବାରା ହାର୍ଟବର୍ନ ଖରାପ କରେ । ଫଳରେ ରାତିରେ ନିଦ ହୋଇନଥାଏ । ତେଣୁ ଶୋଇବା ପୂର୍ବରୁ ଅମ୍ଳଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ପରେ ଅନୁତାପ କରିବାକୁ ପଡିପାରେ ।

ରାତିରେ ଶୋଇବା ପୂର୍ବରୁ ଅଧିକ ଚିନି ଖାଇବା ଠାରୁ ଦୂରେଇ ରୁହନ୍ତୁ । ଚିନି କିମ୍ବା ମିଠା ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ରକ୍ତରେ ସର୍କରା ବୃଦ୍ଧି ପାଇଥାଏ । ଫଳରେ ନିଦ ବ୍ୟାଘାତ ହୋଇଥାଏ । ଶୋଇବା ପୂର୍ବରୁ ଏଗୁଡିକୁ ଖାଇବା ଉଚିତ ନୁହେଁ । ଚା, ସୋଡା, କଫି, ଚକୋଲେଟ୍, ଆଇସ୍କ୍ରିମ୍ ଏବଂ ମିଠା ଖାଦ୍ୟରେ କ୍ୟାଫିନ୍ ଅଧିକ ରହିଥାଏ । ଯାହାକି ମସ୍ତିସ୍କ ଉପରେ ପ୍ରଭାବ ପକାଇଥାଏ । ରାତିରେ ପୂର୍ବରୁ ସେଗୁଡିକ ଖାଇବା ଠାରୁ ଦୂରେଇ ରୁହନ୍ତୁ । ଶୋଇବା ପୂର୍ବରୁ ମଦ୍ୟପାନ କରିବା କ୍ଷତିକାରକ । ଏହା ଆପଣଙ୍କ ଶୋଇବାରେ ବାଧା ସୃଷ୍ଟି କରିପାରେ । ସାଧାରଣତଃ ମଦ୍ୟପାନ ସ୍ବାସ୍ଥ୍ୟପକ୍ଷେ ହାନିକାରକ ହୋଇଥାଏ । ଏହାକୁ ତୁରନ୍ତ ଛାଡନ୍ତୁ ।

ଭଲ ନିଦ ପାଇଁ ରାତିରେ କମ୍ ମସଲାଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ । ଏହା ଆପଣଙ୍କ ଶରୀରର ତାପମାତ୍ରା ବଢାଇଥାଏ । ଶୋଇବା ପୂର୍ବରୁ ଅଧିକ ଖାଇବା ଦ୍ବାରା ନିଦ୍ରାହୀନତାର ଶିକାର ହେବାକୁ ପଡେ । ରାତ୍ରୀ ଭୋଜନ ପରିବର୍ତ୍ତେ ଜଳଖିଆ କିମ୍ବା ମଧ୍ୟାହ୍ନ ଭୋଜନରେ ମସଲା ଯୁକ୍ତ ଖାଦ୍ୟ ଖାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.