କୋଟି କୋଟି ଟଙ୍କା ଅନୁଦାନରେ ତିଆରି ହେଲା କେନାଲ, କିନ୍ତୁ ବର୍ଷଟିଏ ବି ଗଲାନି ଭାଙ୍ଗିଗଲା, ଏବେ ମୁଣ୍ଡରେ ହାତ ଦେଉଛି ଚାଷୀ

ଜଳସେଚନର ସୁବ୍ୟବସ୍ଥା ଓ ଚାଷି ଙ୍କ ଚାଷଜମି କୁ ଜଳସେଚନ ପାଇଁ କୋଟି କୋଟି ଟଙ୍କା ଅନୁଦାନ ଜଳସଂମ୍ପଦ ବିଭାଗ ତରଫରୁ କେନାଲ ନିର୍ମାଣ ହେଉଛି। କିନ୍ତୁ ନୂତନ ଭାବେ ନିର୍ମାଣ ହେଉଥିବା କେନାଲ ଗୋଟିଏ ବର୍ଷ ବି ଯାଉନି।

କାମାକ୍ଷାନଗର (କେନ୍ୟୁଜ) : ଜଳସେଚନର ସୁବ୍ୟବସ୍ଥା ଓ ଚାଷି ଙ୍କ ଚାଷଜମି କୁ ଜଳସେଚନ ପାଇଁ କୋଟି କୋଟି ଟଙ୍କା ଅନୁଦାନ ଜଳସଂମ୍ପଦ ବିଭାଗ ତରଫରୁ କେନାଲ ନିର୍ମାଣ ହେଉଛି। କିନ୍ତୁ ନୂତନ ଭାବେ ନିର୍ମାଣ ହେଉଥିବା କେନାଲ ଗୋଟିଏ ବର୍ଷ ବି ଯାଉନି। ତାରି ଭିତରେ ଚଳିତ ବର୍ଷ ପ୍ରଥମ ପାଣି ଯେତେବେଳେ କେନାଲରେ ଛଡାଯାଇଥିଲା, କେନାଲଟି ଭାଙ୍ଗି ଯାଇଛି। ଯାହାଫଳରେ ତଳ ଅଞ୍ଚଳରେ ଥିବା ବିଲକୁ ପାଣି ପହଞ୍ଚି ପାରୁନାହିଁ। ସରକାର ଚାଷୀ ଉଦେଶ୍ୟରେ ଖର୍ଚକରିଥିବା ଟଙ୍କାର ସୁଫଳ ମିଳିପାରୁନି।

କାମାକ୍ଷାନଗର ଗୋରଡିଆ ଗାଁରେ ଥିବା ରେଙ୍ଗାଳୀ କେନାଲ ପୂର୍ବରୁ ଥିବାବେଳେ ଚଳିତ ବର୍ଷ ନୂତନ ଭାବରେ କାମ ହୋଇଥିଲା। ଆରମ୍ଭରୁ ନିମ୍ନ ମାନର କାମ ହେଉଥିବା ଚାଷୀମାନେ ଅଭିଯୋଗ କରିଥିଲେ କିନ୍ତୁ ଏହାକୁ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରିନଥିଲେ। କେନାଲ ଭାଙ୍ଗି ଜଳସେଚନ ସୁଚାରୁ ରୁପେ ହେଉ ନଥିବା ବେଳେ ଅନେକ ଚାଷିଙ୍କ ଜମିକୁ ପାଣି ମାଡୁନାହିଁ। ୨/୩ଟି ଜାଗାରେ କେନାଲ ଭାଙ୍ଗିଯାଇଛି। ବର୍ତ୍ତମାନ ବର୍ଷା ସଠିକ ସମୟରେ ହେଉନାହିଁ ଆଉ ଏପଟେ କେନାଲ ଥାଇ ମଧ୍ୟ ପାଣି ଭାଙ୍ଗିଥିବାରୁ ପାଣି ମାଡୁନାହିଁ । ଚାଷ ଜମିରେ ଧାନ ଗଛ ମରିଗଲାଣି ଆଉ ଜମି ସବୁ ଫାଟିକି ଆଁ କଲାଣି ।ପ୍ରାୟ ୫୦ ଏକର ଉପରେ ଚାଷଜମି ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହୋଇଛି । ଆଉ କୌଣସି ଉପାୟରେ ମଧ୍ୟ ବଞ୍ଚାଇ ପାରିବେ ନାହିଁ ଚାଷୀ । ଧାର କରଜ କରି ବର୍ଷକର ଚାଷ ଆରମ୍ଭରୁ ଏଭଳିଆ ହୋଇଥିବାରୁ ଚାଷୀ ଭାଙ୍ଗି ପଡିଛନ୍ତି ।

ଅଞ୍ଚଳର ଚାଷୀମାନେ କେନାଲ କାମ ଚାଲୁ ରହିଥିବା ବେଳେ ନିମ୍ନ ମାନର କାମ ହେଉଥିବା ନେଇ ଅନେକ ସମୟରେ ବିଭାଗୀୟ ଅଧିକାରୀ ଙ୍କୁ ଅଭିଯୋଗ ପରେ ମଧ୍ୟ କୌଣସି ଫଳପ୍ରଦ ହୋଇନାହିଁ ବୋଳି ଅଭିଯୋଗ କରିଛନ୍ତି। ଚଳିତ ବର୍ଷ ବିଳମ୍ବିତ ମୌସୁମୀ ଓ ନିଆଣ୍ଟିଆ ବର୍ଷା ଯୋଗୁଁ ଧାନ ଚାଷ ନଷ୍ଟ ହେବାକୁ ବସିଲାଣି। କେନାଲ ଗୁଡିକ ଭାଙ୍ଗି ପଡିଥିବା ରୁ ଚାଷୀ ମାନେ ନିଜସ୍ଵ ଉଦ୍ୟମ ରେ ଭଙ୍ଗା କେନାଲ କାନ୍ଥରେ ରେ ଗଛ ଭାର ଦେଇ ତାରପୋଲିଂ,ବାଲିବସ୍ତା,ମାଟି ପକାଇ ଚାଷ ଜମି କୁ ପାଣି ଉଦ୍ୟମ କରୁଛନ୍ତି। ତେବେ ଆଗକୁ କେନାଲ ମରାମତି ନ କଲେ ଅଞ୍ଚଳ ଚାଷି ମାନେ ବିଭାଗୀୟ ଅଧିକାରୀ ଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବୁ ବୋଲି କହିଛନ୍ତି ଚାଷି।ଏହି ଖବର ବିଷୟରେ କାମାକ୍ଷାନଗର ରେଙ୍ଗାଳୀ ଡିଭିଜନର ସହକାରୀ ଯନ୍ତ୍ରୀ ଘଟଣା ସ୍ଥଳକୁ ଯାଇଥିଲେ ମଧ୍ୟ ପ୍ରତିକ୍ରିୟା ଦେବାକୁ ମନା କରି ପଳାଇ ଯାଇଥିଲେ । ଏଭଳିଆ ପରିସ୍ଥିତିରେ ଚାଷୀ ମୁଣ୍ଡରେ ହାତଦେଇ ବସିଛି କେବେ କେନାଲ ମରାମତି ହେବ ଆଉ ଜମିକୁ ପାଣି ମାଡ଼ିବ ସେହି ଅପେକ୍ଷାରେ ଅନାଇ ବସିଛି।