କଣ୍ଟାବାଞ୍ଜି ଜେଲରଙ୍କ ଅଡ଼ିଓ ଭାଇରାଲ ଘଟଣାର ତଦନ୍ତ କରିବେ ସମ୍ବଲପୁର ଜେଲ DIG
ଅଡିଓରେ କଣ୍ଟାବାଞ୍ଜି ଜେଲର ବିକାଶଲତା ବାରୁ ଏବଂ କଣ୍ଟାବାଞ୍ଜିର ଜଣେ ୱେବ ପୋର୍ଟାଲ ସାମ୍ବାଦିକ କଥାବାର୍ତ୍ତା ହେଉଥିବା ଅଡିଓ ଭାଇରାଲ ହେବ ପରେ। ଏନେଇ କଣ୍ଟାବାଞ୍ଜି ଥାନାରେ ଜେଲର ଏବଂ ୱେବ ପୋର୍ଟାଲ ସାମ୍ବାଦିକଙ୍କ ନାଁରେ ଏତଲା ଦିଆଯାଇଛି ।

ବଲାଙ୍ଗିର(କେନ୍ୟୁଜ୍): ଜୀବିତ ହେଉ କି ମୃତ ହେଉ ମତେ ତାର ମୁଣ୍ଡ ଦରକାର । ତାକୁ ଜେଲ ଧରିକି ଆସ ମୁଁ ଦେଖିବି । ଏଭଳି ଏକ ଅଡିଓ ଭାଇରାଲ ହେଲା । ଅଡିଓରେ କଣ୍ଟାବାଞ୍ଜି ଜେଲର ବିକାଶଲତା ବାରୁ ଏବଂ କଣ୍ଟାବାଞ୍ଜିର ଜଣେ ୱେବ ପୋର୍ଟାଲ ସାମ୍ବାଦିକ କଥାବାର୍ତ୍ତା ହେଉଥିବା ଅଡିଓ ଭାଇରାଲ ହେବ ପରେ। ଏନେଇ କଣ୍ଟାବାଞ୍ଜି ଥାନାରେ ଜେଲର ଏବଂ ୱେବ ପୋର୍ଟାଲ ସାମ୍ବାଦିକଙ୍କ ନାଁରେ ଏତଲା ଦିଆଯାଇଛି । ଏବେ କଣ୍ଟାବାଞ୍ଜି ଜେଲର ଓ ସାମ୍ବାଦିକଙ୍କ ବିବାଦରେ ନୂଆ ମୋଡ଼ ନେଉଛି ।
ଗୋଟିଏ ପରେ ଗୋଟିଏ ଅଡ଼ିଓ ଭାଇରାଲ ହେଉଛି । ଏବେ ଜେଲ ବିଭାଗ ପକ୍ଷରୁ ଜେଲର ଜଣେ ସାମ୍ବାଦିକଙ୍କୁ ଧମକ ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି। ତଦନ୍ତ ପାଇଁ ଗଠନ ହୋଇଛି ସ୍ୱତନ୍ତ୍ର ଟିମ । ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜେଲ DG ମନୋଜ ଛାପ୍ରା ।ସମ୍ବଲପୁର ଜେଲ DIG ଘଟଣା ର ତଦନ୍ତ କରୁଛନ୍ତି ।