Below header

କୃଷ୍ଣପ୍ରସାଦରେ ଜଙ୍ଗଲି ବାରହା ଆତଙ୍କ: ଆକ୍ରମଣରେ ୩ ଗୁରୁତର

ବରାହ ଆକ୍ରମଣରେ ୩ ଗୁରୁତର। କୃଷ୍ଣପ୍ରସାଦ ବ୍ଳକ୍ ଅଁଳାକୁଦା ଗାଁରେ ଜଙ୍ଗଲି ବାରହା ଆତଙ୍କ ଦେଖିବାକୁ ମିଳିଛି । ଘର ବାରିପଟ ବାଡିରେ ଚାଷ କାର୍ଯ୍ୟ କରୁଥିବା ସମୟରେ ୨ ଚାଷୀଙ୍କୁ ଗୁରୁତର ଆକ୍ରମଣ ହୋଇଛନ୍ତି । ଏଥିସହିତ ଜଣେ ମତ୍ସଜୀବୀ ଚିଲିକାରୁ ମାଛମାରି ଫେରୁଥିବାବେଳେ ତାଙ୍କୁ ମଧ୍ୟ ଜଙ୍ଗଲି ବାରହା ଆକ୍ରମଣ କରିଛି ।

ବ୍ରହ୍ମଗିରି (କେନ୍ୟୁଜ): ବରାହ ଆକ୍ରମଣରେ ୩ ଗୁରୁତର। କୃଷ୍ଣପ୍ରସାଦ ବ୍ଳକ୍ ଅଁଳାକୁଦା ଗାଁରେ ଜଙ୍ଗଲି ବାରହା ଆତଙ୍କ ଦେଖିବାକୁ ମିଳିଛି । ଘର ବାରିପଟ ବାଡିରେ ଚାଷ କାର୍ଯ୍ୟ କରୁଥିବା ସମୟରେ ୨ ଚାଷୀଙ୍କୁ ଗୁରୁତର ଆକ୍ରମଣ ହୋଇଛନ୍ତି । ଏଥିସହିତ ଜଣେ ମତ୍ସଜୀବୀ ଚିଲିକାରୁ ମାଛମାରି ଫେରୁଥିବାବେଳେ ତାଙ୍କୁ ମଧ୍ୟ ଜଙ୍ଗଲି ବାରହା ଆକ୍ରମଣ କରିଛି । ୩ ଜଣ ଗୁରୁତର ହୋଇ ପ୍ରଥମେ ନୂଆପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ବ୍ରହ୍ମପୁର ସ୍ଥାନାନ୍ତର ହୋଇଛନ୍ତି । ଆକ୍ରମଣରେ ଶିକାର ହୋଇଥିବା ଯୁବକ ହେଲା ଅଶୋକ ଜେନା , ରମେଶ ଜେନା ଓ ରମେଶ ମହାନ୍ତି ।

ବାରହା ଆତଙ୍କ ପରେ ଲୋକେ ଭୟଭୀତ ହୋଇ ରହିଛନ୍ତି । ତୁରନ୍ତ ବନବିଭାଗ ଏହି ଜଙ୍ଗଲି ବାରହାକୁ କାବୁ କରିବାକୁ ଦାବି ହୋଇଛି । ଘଟଣା ସ୍ଥଳରେ ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରିବା ସହିତ ଅଞ୍ଚଳରେ ସତର୍କ ରହିବାକୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.