କରୋନା ଭାଇରସ: ଗତ ୨୪ ଘଣ୍ଟାରେ ରାଜ୍ୟରୁ ୫ ସଂକ୍ରମିତ ଚିହ୍ନଟ, ସକ୍ରିୟ ସଂଖ୍ୟା ୧୩କୁ ବୃଦ୍ଧି

ରାଜ୍ୟରେ ଭୟ ବଢ଼ାଉଛି କରୋନା ଭାଇରସ । ଦେଶର ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ସ୍ତରରେ ବୃଦ୍ଧି ପାଉଥିବା ବେଳେ ଏବେ ରାଜ୍ୟରେ ବଢିଛି ଚିନ୍ତା । ଗତ ୨୪ ଘଣ୍ଟାରେ ଓଡ଼ିଶାରୁ ପୁଣି ୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ରେ ପହଞ୍ଚିଛି ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଭୟ ବଢ଼ାଉଛି କରୋନା ଭାଇରସ । ଦେଶର ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ସ୍ତରରେ ବୃଦ୍ଧି ପାଉଥିବା ବେଳେ ଏବେ ରାଜ୍ୟରେ ବଢିଛି ଚିନ୍ତା । ଗତ ୨୪ ଘଣ୍ଟାରେ ଓଡ଼ିଶାରୁ ପୁଣି ୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗୋଟିଏ ସପ୍ତାହରେ ୧୩ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏକ ପ୍ରକାର ଚିନ୍ତା ବୃଦ୍ଧି ପାଇଛି । ପ୍ରଥମ ଥର ଡିସେମ୍ବର ୨୩ ତାରିଖରେ ପ୍ରଥମ ମାମଲା ସାମ୍ନାକୁ ଆସିଥିବା ବେଳେ ୨୪ ତାରିଖରେ ଦ୍ବିତୀୟ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ରାଜ୍ଯରେ ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ମାସ୍କ ପିନ୍ଧିବାକୁ ପ୍ରସ୍ତାବ ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତଙ୍କୁ ବାହାରକୁ ଗଲେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ତେବେ ଆବଶ୍ୟକ ପଡିଲେ ଓଡିଶାରେ ମଧ୍ୟ ଗାଇଡଲାଇନ୍‌ ଜାରି କରାଯାଇ ପାରେ ବୋଲି କୁହାଯାଇଛି । ତେବେ ଏବେ ବି ସର୍ଭେଲାନ୍ସ ଜାରି ରହିଛି । ଯେଉଁ ମାନଙ୍କର ଥଣ୍ଡା କାଶ ଜ୍ଵର ଅଧିକ ଦିନ ରହୁଛି, ସେମାନେ ବାହାରେ ବୁଲାବୁଲି ନକରିବା ସହିତ କୋଭିଡ ଟେଷ୍ଟ କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.