ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୪ ତମ ପ୍ରତିଷ୍ଠା ଦିବସ, ଉଦଘାଟନ ହେବ ବାଉଁଶ ଉଦ୍ୟାନ

ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୪ ତମ ପ୍ରତିଷ୍ଠା ଉତ୍ସବ । ପ୍ରତିଷ୍ଠା ଦିବସରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗଦେଇ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଆଜି ୱାଲାବି ଖୁଆଡ଼ ଲୋକାର୍ପିତ ହେବା ସହିତ ଖୁଆଡ଼ରେ ୨ଟି ୱାଲାବି ଛଡ଼ାଯିବ । ସେହିପରି ବଟନିକାଲ ଗାଡେନରେ ବାଉଁଶ ଉଦ୍ୟାନ ଓ ହାଇଡ୍ରୋଫାଇଟ ଉଦ୍ୟାନ ଲୋକାର୍ପିତ ହେବ ।

ଭୁବନେଶ୍ୱର (କେନ୍ୟୁଜ): ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୪ ତମ ପ୍ରତିଷ୍ଠା ଉତ୍ସବ । ପ୍ରତିଷ୍ଠା ଦିବସରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗଦେଇ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଆଜି ୱାଲାବି ଖୁଆଡ଼ ଲୋକାର୍ପିତ ହେବା ସହିତ ଖୁଆଡ଼ରେ ୨ଟି ୱାଲାବି ଛଡ଼ାଯିବ । ସେହିପରି ବଟନିକାଲ ଗାଡେନରେ ବାଉଁଶ ଉଦ୍ୟାନ ଓ ହାଇଡ୍ରୋଫାଇଟ ଉଦ୍ୟାନ ଲୋକାର୍ପିତ ହେବ । କାସ୍ୱାରି ଓ ଓଟିପକ୍ଷୀଙ୍କୁ ନୂତନ ଖୁଆଡ଼ରେ ଛଡ଼ାଯିବ । ଏହାଛଡ଼ା ନନ୍ଦନକାନନର ବାର୍ଷିକ ପୁସ୍ତିକା, କ୍ୟାଲେଣ୍ଡର, ନନ୍ଦନକାନନ ସଙ୍ଗୀତ, ନନ୍ଦନକାନନ ମନିଟରିଙ୍ଗ ଆପ, ବଟାନିକାଲ ଗାଡେନର ୱେବସାଇଟ, ୬ଟି ବାଘ ଓ ୬ଟି ସିଂହ ଶାବକଙ୍କ ନାମକରଣ କରାଯିବ । ଏହା ଶହ କାର୍ଯ୍ୟରତ କିଛି କର୍ମଚାରୀଙ୍କୁ ସମ୍ମାନୀତ କରାଯିବ । ସେହିପରି ବଟାନିକାଲ୍ ଗାର୍ଡେନରେ ହାଇଡ୍ରୋଫାଇଟ୍ ଗାର୍ଡେନର ଉଦଘାଟନ ସହ ବାଘ ମାନଙ୍କ ନାମ ଘୋଷଣା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

୧୯୬୦ ମସିହାରେ କିଛି ଜୀବଜନ୍ତୁଙ୍କୁ ନେଇ ଜନ୍ମନେଇଥିଲା ନନ୍ଦନକାନନ। ପରେ ୧୯୬୩ ମସିହାରେ ଉଦ୍ଭିଦ ଉଦ୍ୟାନ ଖୋଲାଯାଇଥିଲା । ୧୯୬୪ମସିହାରେ କଲିକତାର ଆଲିପୁର ଚିଡ଼ିଆଖାନାରୁ ଗୋଟିଏ ବାଘ, ଦୁଇଟି ଆଫ୍ରିକୀୟ ସିଂହ, ଦୁଇଟି ମଗର ଓ ଗୋଟିଏ ପୁମା ଅଣାଯାଇଥିଲା । ୧୯୮୧ ମସିହାରେ ଏହି ଚିଡ଼ିଆଖାନାକୁ “ନନ୍ଦନକାନନ ଜୀବ ଉଦ୍ୟାନ’ ଭାବରେ ନାମିତ କରାଗଲା । ୨୦୦୯ ମସିହାରେ ନନ୍ଦନକାନନ ଜୀବଉଦ୍ୟାନ ୱାଜାର ଅର୍ନ୍ତଭୁକ୍ତ ହୋଇଥିଲା । ୬୩ ବର୍ଷ ମଧ୍ୟରେ ପ୍ରାଣୀ ଉଦ୍ୟାନରେ ବହୁତ କିଛି ପରିବର୍ତ୍ତନ ହୋଇଛି । ନନ୍ଦନକାନନର ସବୁଜିମା ପରିବେଶରେ ଆକୃଷ୍ଠ ହୋଇ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.