Below header

ଅନୁଗୁଳ: ମହଙ୍ଗା ପଡିଲା ମଦ ପିଇ ମାଡ଼ପିଟ୍ କରିବା, ବନ୍ଧା ହେଲେ ୩ ନାଲକୋ ଅଫିସର

ଅନୁଗୁଳ(କେନ୍ୟୁଜ୍):  ମଦପିଇ ଉତ୍ପାତ କରି ଗିରଫ ହେଲେ ତିନି ନାଲକୋ ଅଫିସର। ହୋଟେଲରେ ମଦ ପିଇ ମାତାଲ ହେବା ପରେ ଅନ୍ୟମାନଙ୍କୁ ନିର୍ଦ୍ଧୁମ ପିଟିଲେ । ଅନୁଗୁଳ ଜିଲ୍ଲା ନାଲକୋନଗରରେ ଘଟିଛି ଏଭଳି ଘଟଣା। ନାଲକୋ ନଗର ଥାନାର ୫୫ଜାତୀୟ ରାଜପଥ କଡ଼ରେ ଥିବା ଏକ ହୋଟେଲରେ ନାଲକୋର ତିନି ଅଧିକାରୀ ମଦ ପିଇଥିଲେ। ସେଠାରେ କାଣ୍ଡସର ଗ୍ରାମର ଦୁଇ ସାଙ୍ଗ ଖାଇ ବସିଥିବା ବେଳେ ଏହି ତିନି ଅଫିସର ମାତାଲ ହୋଇ ସେମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ।

ଏହାକୁ ନେଇ କଥା କଟା କଟି ଓ ବଚସା ହୋଇଥିଲା। ୩ ନାଲକୋ ଅଫିସର ସେମାନଙ୍କୁ ଏକ ଲୁହା ଛଡ଼ ଓ ପଥରରେ ଆକ୍ରମଣ କରିଥିଲେ। ଜଣେ ପ୍ରାଣ ବିକଳରେ ପଳାଇ ଯାଇଥିବା ବେଳେ ଅନ୍ୟଜଣଙ୍କୁ ହୋଟେଲରେ ଗୋଡାଇ ଗୋଡ଼ାଇ ପିଟିଥିଲେ। ପୁରା ଘଟଣା ହୋଟେଲର ସିସିଟିଭିରେ କଏଦ ହୋଇଛି। ଆକ୍ରମଣର ଶିକାର ଯୁବକ ଜଣକ ଗୁରୁତର ହୋଇଛନ୍ତି । ଅନ୍ୟ ଜଣକ କୌଶଳ କ୍ରମେ ଖସି ଯାଇ ନାଲକୋ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ କରି ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.