ନିର୍ବାଚନ କମିଶନଙ୍କ ସୁପାରିସ ପରେ ସରକାରଙ୍କ ବଡ଼ ନିଷ୍ପତ୍ତି, ୧୦ ପ୍ରତିଶତ ବଢ଼ିଲା ନିର୍ବାଚନ ଖର୍ଚ୍ଚ

ଲୋକସଭା ଓ ବିଧାନସଭା ନିର୍ବାଚନରେ ଭାଗ୍ୟ ପରୀକ୍ଷା କରୁଥିବା ପ୍ରାର୍ଥୀଙ୍କୁ ଆଶ୍ୱସ୍ତି କରିବା ଅବସରରେ କେନ୍ଦ୍ର ସରକାର ନିର୍ବାଚନ ଖର୍ଚ୍ଚର ସୀମା ୧୦ ପ୍ରତିଶତ ବଢ଼ାଇଛନ୍ତି। ଏହି ପରିବର୍ତ୍ତନ ପରେ ଏବେ ଲୋକସଭା ନିର୍ବାଚନରେ ସର୍ବାଧିକ ୭୭ ଲକ୍ଷ ପର୍ଯ୍ୟନ୍ତ ଓ ବିଧାନସଭା ନିର୍ବାଚନରେ ସର୍ବାଧିକ ୩୦.୮୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ପୂର୍ବରୁ ଏହି ଖର୍ଚ୍ଚ ଲୋକସଭାରେ ସର୍ବାଧିକ ୭୦ ଲକ୍ଷ ଓ ବିଧାନସଭାରେ ୨୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିଲା।

କେନ୍ଦ୍ର ଆଇନ୍‌ ମନ୍ତ୍ରାଳୟ ତରଫରୁ ଜାରି କରାଯାଇଥିବା ଅଧିସୂଚନା ପରେ ଏହି ବୃଦ୍ଧି ଅର୍ଥ ତୁରନ୍ତ ଲାଗୁ ହୋଇଛି। ନିର୍ବାଚନୀ ଖର୍ଚ୍ଚ ସୀମାରେ କରାଯାଇଥିବା ଏହି ବୃଦ୍ଧିର ତତ୍କାଳ ଲାଭ ବିହାର ବିଧାନସଭା ନିର୍ବାଚନ ସହ ମଧ୍ୟପ୍ରଦେଶ ଓ ଅନ୍ୟ ରାଜ୍ୟର ନିର୍ବାଚନ ପାଇଁ ବି ଲାଗୁ ହେବ। ନିର୍ବାଚନ ଆୟୋଗ କରୋନା କାଳରେ ସରକାରଙ୍କୁ ନିର୍ବାଚନୀ ଖର୍ଚ୍ଚର ସୀମା ବଢ଼ାଇବାକୁ ପରାମର୍ଶ ଦେଇଥିଲେ।

money

ଏହା ପୂର୍ବରୁ ନିର୍ବାଚନୀ ଖର୍ଚ୍ଚ ୨୦୧୪ରେ ବଢ଼ିଥିଲା। ୨୦୧୯ ନିର୍ବାଚନରେ ଖର୍ଚ୍ଚ ବଢ଼ାଇବାକୁ ଦାବି ହୋଇଥିଲେ ମଧ୍ୟ ସେତେବେଳେ ଏହାକୁ ବୃଦ୍ଧି କରାଯାଇନଥିଲା। ଇତି ମଧ୍ୟରେ ରାଜନୈତିକ ଦଳର ଦାବି ଓ କରୋନା କଟକଣାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଖର୍ଚ୍ଚ ସୀମା ୧୦ ପ୍ରତିଶତ ବଢ଼ାଇବାକୁ ସରକାରଙ୍କୁ ସୁପାରିସ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.