Below header

ମାଲକାନଗିରି:ପଣ୍ଡ ହେଲା ମାଓ ଯୋଜନା, ରାସ୍ତା କଡରୁ ଉଦ୍ଧାର ହେଲା ୩ଟି ଟିଫିନ୍‌ ବୋମା

ମାଲକାନଗିରି(କେନ୍ୟୁଜ୍): ପଣ୍ଡ ହେଲା ମାଓ ଯୋଜନା। ବଡ ଧରଣର ଅଘଟଣରୁ ବର୍ତ୍ତିଲେ ଯବାନ। ରାସ୍ତା କଡରୁ ଉଦ୍ଧାର ହେଲା ୩ଟି ଟିଫିନ୍‌ ବୋମା। ଆନ୍ଧ୍ର ଓଡ଼ିଶା ସୀମାନ୍ତ ରୁ କୁମ୍ବିଂ ବେଳେ ଉଦ୍ଧାର କରିଛି ମାଲକାନଗିରି BSF। ଯନ୍ତାପାଇ ଠାରେ ଥିବା BSF ୯ ବାଟାଲିୟନର ଯବାନମାନେ କୁମ୍ବିଂ କରୁଥିବାବେ ଳେ ଚିନ୍ତାଲନୁର ଓ ମନ୍ଦାପାଲି ଗାଁ ପାହାଡ ନିକଟରୁ ଏହାକୁ ଉଦ୍ଧାର କରିଥିଲେ।

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଏହାକୁ ଖଞ୍ଜାଯାଇଥିଲା। ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଏହାକୁ ନିଷ୍କ୍ରିୟ କରିଦେଇଥିଲେ। ଫଳରେ ଏକ ବଡ ଧରଣର ଅଘଟଣରୁ ଯବାନମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। BSF ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.