କିମ୍‌ସରେ କାର୍ଯ୍ୟ କରୁଛି ରାଜ୍ୟର ପ୍ରଥମ ଇକ୍‌ମୋ ମେସିନ୍‌, ଆଗାମୀ ଦିନରେ କିମ୍ସରେ ହେବ ଇକ୍‌ମୋ ସେଣ୍ଟର

କେନ୍ୟୁଜ୍(ବ୍ୟୁରୋ): କିମ୍‌ସରେ କାର୍ଯ୍ୟ କରୁଛି ରାଜ୍ୟର ପ୍ରଥମ ଇକ୍‌ମୋ ମେସିନ୍‌ । ଇକ୍‌ମୋ ପରିଚାଳନା ପାଇଁ ଉପଯୁକ୍ତ ଡାକ୍ତର ଓ ଟେକ୍‌ନିସିଆନ୍‌ ମଧ୍ୟ ରହିଛନ୍ତି । ଗତ କିଛିଦିନ ତଳେ ଏମ୍‌ସରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ଚିକିତ୍ସାରେ ମଧ୍ୟ ଇକ୍‌ମୋ ବ୍ୟବହାର ହୋଇଥିଲା । ଆବଶ୍ୟକ ସ୍ଥଳେ ଅନ୍ୟ ସ୍ଥାନକୁ ମଧ୍ୟ କିମ୍‌ସରୁ ଇକ୍‌ମୋ ମେସିନ୍‌ ସ୍ଥାନାନ୍ତର କରାଯାଉଛି ।

ଆଗାମୀ ଦିନରେ କିମ୍ସରେ ଇକ୍‌ମୋ ସେଣ୍ଟର କରିବା ଯୋଜନା ରହିଛି । ଏଥିରେ ୬ରୁ ୮ଟି ଇକ୍‌ମୋ ମେସିନ୍‌ ସହ ତାଲିମପ୍ରାପ୍ତ ଡାକ୍ତର ରହିବେ । କୋଭିଡ୍‌ ଗୁରୁତର ସଂକ୍ରମିତଙ୍କ କ୍ଷେତ୍ରରେ ଏହି ମେସିନ୍‌ର ଆବଶ୍ୟକତା ପଡିଥାଏ । ଏହା ଶରୀର ବାହାରେ ସଂକ୍ରମିତଙ୍କ କୃତ୍ରିମ ହାର୍ଟ ଓ ଫୁସ୍‌ଫୁସ ଭଳି କାର୍ଯ୍ୟ କରି ରକ୍ତକୁ ଅମ୍ଲଜାନ ପହଞ୍ଚାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.