Below header

ମାତ୍ର ୩ବର୍ଷ ୩ ମାସ ବୟସରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ଼ରେ ସ୍ଥାନ ପାଇଲେ ଆରଭି ଯୁଭାନିକା

୩ ବର୍ଷ ୩ ମାସର କୁନି ଝିଅଟି । ମୁହଁରେ ତାର ଶ୍ଲୋକ ମନ୍ତ୍ରଠୁ ଆରମ୍ଭ କରି ଜ୍ଞାନ ବିଜ୍ଞାନର ସମସ୍ତ ଉତ୍ତର । ନିଜ ପ୍ରତିଭା ପାଇଁ ଆଜି ସେ ସମ୍ମାନିତ ହୋଇଛନ୍ତି । ବଡ଼ ବଡ଼ିଆଙ୍କୁ ବି ପଛରେ ପକାଇଛନ୍ତି କୁନି ଝିଅ ଆରଭି । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଆରଭିଙ୍କ ପ୍ରତିଭା ପିଲା ଦିନୁ ହି ଜଣାପଡ଼ିଥିଲା । ଏବେ ସେ ଇଣ୍ଡିଆ ବୁକ ଅଫରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ।

୩ ବର୍ଷ ୩ ମାସର କୁନି ଝିଅଟି । ମୁହଁରେ ତାର ଶ୍ଲୋକ ମନ୍ତ୍ରଠୁ ଆରମ୍ଭ କରି ଜ୍ଞାନ ବିଜ୍ଞାନର ସମସ୍ତ ଉତ୍ତର। ନିଜ ପ୍ରତିଭା ପାଇଁ ଆଜି ସେ ସମ୍ମାନିତ ହୋଇଛନ୍ତି । ବଡ଼ ବଡ଼ିଆଙ୍କୁ ବି ପଛରେ ପକାଇଛନ୍ତି କୁନି ଝିଅ ଆରଭି । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଆରଭିଙ୍କ ପ୍ରତିଭା ପିଲା ଦିନୁ ହି ଜଣାପଡ଼ିଥିଲା । ଏବେ ସେ ଇଣ୍ଡିଆ ବୁକ ଅଫରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ।

ଆରଭି ଛୋଟ ବେଳୁ ପାଠ ପଢ଼ିବାକୁ ଆଗ୍ରହ ରଖନ୍ତି । ତାଙ୍କର ସ୍ମରଣ ଶକ୍ତି ବହୁତ ଭଲ । ସେ ଗୋଟିଏ ଥରରେ ସବୁକିଛି ମନେ ରଖିଥାଆନ୍ତି । ମା ବାପାଙ୍କ କଥା ମାନି ସବୁବେଳେ ପାଠ ପଢ଼ନ୍ତି । ଆରଭି ସବୁପାଠକୁ ଥରେ ପଢ଼ିବା କ୍ଷଣି ସେ ମନେ ରଖିଥାଆନ୍ତି । ଯାହାଫଳରେ ଆଜି ତାଙ୍କୁ ମିଳିପାରିଛି ଏତେବଡ଼ ସଫଳତା ଯାହାକୁନେଇ ବେଶ୍‌ ଖୁସି ଅଛନ୍ତି ପରିବାର ଲୋକେ ।ମାତ୍ର ୩ ବର୍ଷ ୩ ମାସ ବୟସରେ ଆରଭି ଯୁଭାନିକା ପ୍ରତିଭା ସମ୍ପନ୍ନ । ଆରଭୀ ଭାରତର ୨୮ ରାଜ୍ୟ ଓ ତାହାର ରାଜଧାନୀ,୧୬ଟି ଶବ୍ଦର ବିପରୀତ ଶବ୍ଦ, ୧୨ ଜଣ କବି ଓ ସେମାନଙ୍କ ଉପାଧିଙ୍କ ନାମ, ୯ଟି ସ୍ୱାଧୀନତା ଦେଶ ପ୍ରେମ ସ୍ଲୋଗାନ, ୧୦ ଜଣ ଲେଖକ ରଚନା କରିଥିବା ଗ୍ରନ୍ଥ ଓ ଉପନ୍ୟାସର ନାମ,୧୨ଟି ରଙ୍ଗ ର ନାମ ଓ ଇଂରାଜୀ ୧୨ ମାସର ନାମ, ୬ ଋତୁ, ସପ୍ତାହର ୭ ଦିନର ନାମ,୧୬ଟି ଶିଶୁ ବାଟିକା ପଦ୍ୟ ଆବୃତ୍ତି, ୯ଟି କ୍ଷେତ୍ରର ନାମ, ୨୬ଟି ଇଂରାଜୀ ବର୍ଣ୍ଣମାଳାର ପ୍ରତୀକ, ୭ଟି ମହାଦେଶ ଓ ୮ଟି କେନ୍ଦ୍ରଶାସିତ ରାଜ୍ୟର ନାମ, 9ଟି ଗ୍ରହ ଓ ମଣିଷ ଶରୀରର ୨୫ ଟି ଅଙ୍ଗ ପ୍ରତ୍ୟଙ୍ଗର ନାମ, ୨୦ଟି ଫଳର ନାମ ଓ ୨୫ ଟି ପଶୁର ନାମ, ୨୦ଟି ପନିପରିବାର ନାମ, ଇଂରାଜୀରେ ୩୦ଟି ଜରୁରୀକାଳୀନ ଶବ୍ଦ,ସଂଖ୍ୟା ଗଣନା ଓ ଜରୁରୀ କାଳୀନ ଶବ୍ଦ,ବନ୍ଦେ ଉତ୍କଳ ଜନନୀ ଗାନ,୪ଟି ସଂସ୍କୃତ ଶ୍ଳୋକ ଓ ହନୁମାନ ଚାଳିଶା ପଠନ, ୪୭ଟି ସାଧାରଣ ଜ୍ଞାନ ପ୍ରଶ୍ନ କହି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ଆରଭି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.