ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବେ ମୋହନ ଯାଦବ, ନରେନ୍ଦ୍ର ସିଂ ତୋମର ହେବେ ବାଚସ୍ପତି

ମୋହନ ଯାଦବ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବେ । ଦକ୍ଷିଣ ଉଜ୍ଜୈନର ବିଧାୟକ ମୋହନ ଯାଦବ । ଏଥରକୁ ମିଶାଇ ୩ ଥର ବିଧାୟକ ହେଲେଣି ମୋହନ ଯାଦବ । ଶିବରାଜ ସରକାର ରେ ଉଚ୍ଚଶିକ୍ଷା ମନ୍ତ୍ରୀ ରହିଥିଲେ ଯାଦବ ।

ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି ବିଜେପି । ବିଜେପି ବିଧାୟକ ଦଳ ବୈଠକରେ ମୋହନ ଯାଦବଙ୍କ ନାମରେ ସର୍ବଦଳୀୟ ସମ୍ମତି ମିଳିଛି । ମଧ୍ୟପ୍ରଦେଶରେ ୩ ଡିସେମ୍ବରରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା । ବିଜେପି ଜିତିବା ପରେ ମୋହନ ଯାଦବ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବେ । ରାଜ୍ୟରେ ଦୁଇ ଉପମୁଖ୍ୟମନ୍ତ୍ରୀ ରାଜେଶ ଶୁକ୍ଳା ଓ ଜଗଦୀଶ ଦେଓରା ମଧ୍ୟ ରହିବେ।

ବିଧାୟକ ଦଳ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ଦଳର ଅନ୍ୟାନ୍ୟ ପଛୁଆ ବର୍ଗ ମୋର୍ଚ୍ଚା ମୁଖ୍ୟ କେ ଲକ୍ଷ୍ମଣ ଏବଂ ସମ୍ପାଦକ ଆଶା ଲାକ୍ରା ମଧ୍ୟ ଉପସ୍ଥିତ ଥିଲେ।

ଦକ୍ଷିଣ ଉଜ୍ଜୈନର ବିଧାୟକ ମୋହନ ଯାଦବ । ଏଥରକୁ ମିଶାଇ ୩ ଥର ବିଧାୟକ ହେଲେଣି ମୋହନ ଯାଦବ । ଶିବରାଜ ସରକାରରେ ଉଚ୍ଚଶିକ୍ଷା ମନ୍ତ୍ରୀ ରହିଥିଲେ ଯାଦବ । ତେବେ ମଧ୍ୟପ୍ରଦେଶର ନୂଆ ବାଚସ୍ପତି ହେବେ ନରେନ୍ଦ୍ର ସିଂ ତୋମର । ସେ ପୂର୍ବତନ କୃଷି ମନ୍ତ୍ରୀ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.