Below header

ଲୋକସଭା ଶୂନ୍ୟକାଳରେ ୱେଲନେସ ସେଣ୍ଟର ଖୋଲିବା ପାଇଁ ଡ. ଅଚ୍ୟୁତ ସାମନ୍ତଙ୍କ ଦାବି

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅଧିକ ସଂଖ୍ୟକ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ଯୋଜନା ଅନ୍ତର୍ଗତ ସିଜିଏଚ୍ଏସ୍ ୱେଲନେସ୍ ସେଣ୍ଟର ଖୋଲିବା ପାଇଁ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଦାବି କରିଛନ୍ତି ।

କନ୍ଧମାଳ : ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ପର୍ଯ୍ୟାପ୍ତ ହେଉ ନାହିଁ ୱେଲନେସ୍ ସେଣ୍ଟର । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅଧିକ ସଂଖ୍ୟକ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ଯୋଜନା ଅନ୍ତର୍ଗତ ସିଜିଏଚ୍ଏସ୍ ୱେଲନେସ୍ ସେଣ୍ଟର ଖୋଲିବା ପାଇଁ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଦାବି କରିଛନ୍ତି । ଆଜି ଲୋକସଭାର ଶୂନ୍ୟକାଳରେ ଏହି ଦାବି ଉପସ୍ଥାପନ କରି ଡ. ସାମନ୍ତ କହିଛନ୍ତି ।

ତେବେ ଅବସରପ୍ରାପ୍ତ ଓ କାର୍ଯ୍ୟରତ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ବ୍ୟାପକ ସ୍ୱାସ୍ଥ୍ୟସେବା ସୁବିଧା ଯେଗାଇ ଦେବା ନିମନ୍ତେ ଭୁବନେଶ୍ୱରରେ ତିନୋଟି, ବ୍ରହ୍ମପୁର ଓ କଟକରେ ଗୋଟିଏ ଲେଖାଏଁ ସିଜିଏଚ୍ଏସ୍ ୱେଲନେସ ସେଣ୍ଟର ରହିଛି। ମାତ୍ର ଏହା ସେମାନଙ୍କ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ପର୍ଯ୍ୟାପ୍ତ ହେଉନାହିଁ। ତେଣୁ ଓଡ଼ିଶାର ୩୦ଟି ଜିଲ୍ଳାରେ ବାସ କରୁଥିବା ଅବସରପ୍ରାପ୍ତ ଓ କାର୍ଯ୍ୟରତ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ଏହି ଯୋଜନାରେ ଆସୁଥିବା ଲୋକ ପ୍ରତିନିଧି, ବିଚାର ବିଭାଗ କର୍ମଚାରୀ, ସାମ୍ବାଦିକଙ୍କ ସ୍ୱାସ୍ଥ୍ୟସେବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଧିକ ୱେଲନେସ ସେଣ୍ଟର ଖୋଲିବା ପାଇଁ ଡ. ସାମନ୍ତ ଦାବି ରଖିଛନ୍ତି। ଏହି ଅବସରରେ ସଂସଦରେ ନିକଟରେ କିସ ମଡେଲର ପ୍ରଶଂସା କରିଥିବା ସାଂସଦ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଡ. ସାମନ୍ତ କୃତଜ୍ଞତା ଜଣାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.