Below header

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୪୮୪ ଜଣ କରୋନା ଆକ୍ରାନ୍ତ

ଭୂବନେଶ୍ଵର: ଆଜି ରାଜ୍ୟରେ ସୁସ୍ଥ ହେଲେ ୩୪୮୪ ଜଣ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୮୦୭୭୦କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ଭିତରେ ସୁସ୍ଥ ହୋଇଥିବାଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୯୦ ଜଣ ଥିବା ବେଳେ ଯାଜପୁର ଜିଲ୍ଲାରୁ ଅଛନ୍ତି ୩୧୪ ଜଣ । ୩୦୨ ସଂଖ୍ୟା ସହ ରାୟଗଡା ଜିଲ୍ଲା ତୃତୀୟ ସ୍ଥାନରେ ଥିବା ବେଳେ ୧୫୩ ସହ ଚତୁର୍ଥ ସ୍ଥାନରେ ଅଛି ଗଂଜାମ ।

ଏହା ପରେ କେନ୍ଦ୍ରପଡ଼ାରୁ ୧୬୨ ଜଣ, କଟକରୁ ୧୪୩ ଜଣ, ମୟୁରଭଞ୍ଜରୁ ୧୩୧ ଜଣ, କୋରାପୁଟରୁ ୧୩୦ ଜଣ, ନୟାଗଡରୁ ୧୨୬ ଜଣ ଅଛନ୍ତି । ସେପଟେ ମାଲକାନଗିରିରୁ ୮୭ ଜଣ, ସୁନ୍ଦରଗଡରୁ ୮୬ ଜଣ, ସମ୍ବଲପୁରରୁ ୮୪ ଜଣ ଥିବା ନେଇ ରିପୋର୍ଟ ଆସିଛି । ପୁରୀରୀ ୮୨
ଜଣ, ଭଦ୍ରକରୁ ୬୩ ଜଣ, ଜଗତସିଂପୁର ଜିଲ୍ଲାରୁ ୬୨ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି ।

ଯାହାରସୁଗୁଡାରୁ ୫୯ ଜଣ, ବରଗଡ଼ରୁ ୫୭ ଜଣ, ବଲାଙ୍ଗୀରରୁ ୫୪ ଜଣ, କନ୍ଧମାଳରୁ ୫୨ ଜଣ, ଅନୁଗୁଳ ରୁ ୫୧ ଜଣ, କେଉଁଝର ରୁ ୪୬ ଜଣ କରୋନାରୁ ସୁସ୍ଥତା ଲାଭ କରିଛନ୍ତି । ସୋନପୁରରୁ ୩୫ ଜଣ, ନବରଙ୍ଗପୁରରୁ ୨୫ ଜଣ, ଢେଙ୍କାନାଳରୁ ୨୩ ଜଣ, ଗଜପତିରୁ ୨୩ ଜଣ, ବୌଦ୍ଧରୁ ୧୨ ଜଣ, ଦେବଗଡ ରୁ ୭ ଜଣ, ନୂଆପଡା ଜିଲ୍ଲାରୁ ୪ଜଣଙ୍କ ରିପୋର୍ଟ ନେଗେଟିଭ ଆସିଥିବା ନେଇ ସୂଚନା ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.