ଉତ୍କଳ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟ ପିଜି ପରୀକ୍ଷା ହେବ ଅନ୍‌ଲାଇନ୍‌ରେ

କଟକ/ଭୁବନେଶ୍ୱର (କେନ୍ୟୁଜ୍‌) : ଆସନ୍ତା ୧୫ରୁ ୩୦ ତାରିଖ ମଧ୍ୟରେ ରେଭେନ୍‌ସା ବିଶ୍ୱବିଦ୍ୟାଳୟର ପିଜି ଓ ୟୁଜି ପରୀକ୍ଷା ଅନୁଷ୍ଠିତ ହେବ । ତେବେ ଏହିସବୁ ପରୀକ୍ଷା ଅନ୍ ଲାଇନ୍‌ରେ କରାଯିବ ବୋଲି ରେଭେନ୍‌ସା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ପିଜିର ଚତୁର୍ଥ ସେମିଷ୍ଟାର ଏବଂ ୟୁଜିର ଷଷ୍ଠ ସେମିଷ୍ଟାର ପରୀକ୍ଷା ଅନ୍ ଲାଇନ୍‌ରେ କରାଯିବ । କରୋନା ଭାଇରସ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

 

UTKAL-2

ଅନ୍ୟପକ୍ଷରେ ଉତ୍କଳ ବିଶ୍ୱବିଦ୍ୟାଳୟ ୟୁଜି ପରୀକ୍ଷା ମଲ୍ଟି ପଲ ଚଏସ୍ OMR ଆଧାରିତ ଅର୍ଥାତ୍ ଅଫ୍ ଲାଇନ୍‌ରେ ହେବ। ୫୦ ହଜାର ୧୭୦ ପରୀକ୍ଷାର୍ଥୀ ୟୁଜି ଶେଷ ସେମିଷ୍ଟର ପରୀକ୍ଷା ଦେବେ। ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ୯ ଜିଲ୍ଲାରେ ୨୭୮ କଲେଜ୍ ଆସୁଛି। ତେବେ ଛାତ୍ର ଛାତ୍ରୀମାନେ ଏହି ୯ ଜିଲ୍ଲାର ଯେ କୌଣସି କଲେଜରେ ପରୀକ୍ଷା ଦେଇ ପାରିବେ।

ସେହିପରି ପିଜି ପରୀକ୍ଷା ଅନଲାଇନରେ କରାଯିବ। ସାଢ଼େ ତିନି ହଜାର ପରୀକ୍ଷାର୍ଥୀ ପିଜି ଶେଷ ସେମିଷ୍ଟର ପରୀକ୍ଷା ଦେବେ।
ସେପ୍ଟେମ୍ବର ଶେଷ ସୁଦ୍ଧା ଯେମିତି ହେଉ ପରୀକ୍ଷା ସରିବ। ଏ ନେଇ ସୂଚନା ଦେଇଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଶରତ ମାଝୀ।

 

 

 

Leave A Reply

Your email address will not be published.