ବନ୍ଦ ଘରୁ ୪ ମୃତ ଦେହ ଉଦ୍ଧାର, ବରଗଡ଼ ଝିକିଝିକି ଗାଁରେ ଚାଞ୍ଚଲ୍ୟ
ବନ୍ଦ ଘରେ ୪ ମୃତଦେହ । ବରଗଡ଼ ଜିଲ୍ଲା ଭଟଲି ଥାନା ଝିକିଝିକି ଗାଁରେ ଚାଞ୍ଚଲ୍ୟ । ଗୋଟିଏ ପରିବାରର ୪ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ବାପା, ମାଆ, ପୁଅ ଓ ଝିଅକୁ ବୀଭତ୍ସ ହତ୍ୟା କରାଯାଇଛି ।
ବନ୍ଦ ଘରେ ୪ ମୃତଦେହ । ବରଗଡ଼ ଜିଲ୍ଲା ଭଟଲି ଥାନା ଝିକିଝିକି ଗାଁରେ ଚାଞ୍ଚଲ୍ୟ । ଗୋଟିଏ ପରିବାରର ୪ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ବାପା, ମାଆ, ପୁଅ ଓ ଝିଅକୁ ବୀଭତ୍ସ ହତ୍ୟା କରାଯାଇଛି । ମୃତକ ହେଲେ ଗୁରୁଦେବ ବାଗ, ଶିବାଗ୍ରୀ ବାଗ, ଚୂରାମଣି ବାଗ ଓ ଶ୍ରାବଣୀ ବାଗ । ପାରିବାରିକ କଳହରୁ କକା ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ଭଟଲି ଥାନା ପୋଲିସ ।