Below header

ଟେକ୍ନିକାଲ ଆସିଷ୍ଟାଣ୍ଟ ନିଯୁକ୍ତି ପରୀକ୍ଷା: ରାଉରକେଲା NITରୁ ୪ ନକଲି ପରୀକ୍ଷାର୍ଥୀ ଗିରଫ

ରାଉରକେଲାରେ ଧରାପଡ଼ିଲେ ନକଲି ପରୀକ୍ଷାର୍ଥୀ । ଜାତୀୟ ବୈଷୟିକ ପ୍ରତିଷ୍ଠାନ -ଏନ୍ଆଇଟି ଟେକ୍ନିକାଲ ଆସିଷ୍ଟାଣ୍ଟ ନିଯୁକ୍ତି ପରୀକ୍ଷାରେ ଧରାପଡିଲେ ଜାଲ ପରୀକ୍ଷାର୍ଥୀ। ଏହି ଚାରି ଅଭିଯୁକ୍ତ ହେଉଛନ୍ତି- ପୁନିତ ସିଂହ, ଗୌରବ ଚୌହାନ, ମନିଷ କୁମାର ଏବଂ ସୁନୀଲ। ଏମାନେ ହରିୟାଣା ରାଜ୍ୟର।

ରାଉରକେଲା (କେନ୍ୟୁଜ): ରାଉରକେଲାରେ ଧରାପଡ଼ିଲେ ନକଲି ପରୀକ୍ଷାର୍ଥୀ । ଜାତୀୟ ବୈଷୟିକ ପ୍ରତିଷ୍ଠାନ -ଏନ୍ଆଇଟି ଟେକ୍ନିକାଲ ଆସିଷ୍ଟାଣ୍ଟ ନିଯୁକ୍ତି ପରୀକ୍ଷାରେ ଧରାପଡିଲେ ଜାଲ ପରୀକ୍ଷାର୍ଥୀ। ଏହି ଚାରି ଅଭିଯୁକ୍ତ ହେଉଛନ୍ତି- ପୁନିତ ସିଂହ, ଗୌରବ ଚୌହାନ, ମନିଷ କୁମାର ଏବଂ ସୁନୀଲ। ଏମାନେ ହରିୟାଣା ରାଜ୍ୟର।

ସୂଚନା ଅନୁସାରେ ଗତକାଲି ଲିଖିତ ପରୀକ୍ଷା ଚାଲିଥିବା ବେଳେ ହରିଆଣାର ୪ ଜଣ ଯୁବକ ଅନ୍ୟ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ହଲରେ ବସିଥିବା ପ୍ରଫେସର ଅନୀଲ ସିଂ ଜାଣିବାକୁ ପାଇଥିଲେ । ସେମାନେ ନକଲି ପରୀକ୍ଷାର୍ଥୀ ଥିଲେ । ଏନେଇ ଅଭିଯୋଗ ପରେ ରାଉରକେଲା ସେକ୍ଟର-୩ ଥାନା ପୋଲିସ ସେମାନଙ୍କୁ ଗିରଫ କରିଛି । ତେବେ ସେମାନେ କେଉଁ ପ୍ରାର୍ଥୀଙ୍କ ପାଇଁ ପରୀକ୍ଷା ଦେବାକୁ ଆସିଥିଲେ, ବଦଳ ପରୀକ୍ଷାର୍ଥୀ ହେବା ପାଇଁ ସେମାନଙ୍କୁ କେତେ ଟଙ୍କା ମିଳିଥିଲା, ସେ ନେଇ ପୁଲିସ କିଛି କହି ନାହିଁ। ଏ ସବୁ ଦିଗରେ ତଦନ୍ତ ଜାରି ରହିଛି ବୋଲି ରାଉରକେଲା ଡିଏସ୍‌ପି ପୁଷ୍ପାଞ୍ଜଳି ଲିଙ୍ଗି କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.