Below header

ବଦଳିଲା ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ସମୟ, ଅଗଷ୍ଟ ୨୩ ଅପରାହ୍ନ ୫ଟା ୨୭ରୁ ସଫ୍ଟ ଲ୍ୟାଣ୍ଡିଂ ପ୍ରକ୍ରିୟାର ହେବ ସିଧାପ୍ରସାରଣ

ମୁନ୍ ମିଶନରେ ସଫଳତାର ସହ ଆଗକୁ ବଢୁଛି ଚନ୍ଦ୍ରଯାନ-୩। ଆଉ ମାତ୍ର ୨ ଦିନ ପରେ ଚନ୍ଦ୍ରରେ ଅବତରଣ କରିବ ଚନ୍ଦ୍ରଯାନ।

ମୁନ୍ ମିଶନରେ ସଫଳତାର ସହ ଆଗକୁ ବଢୁଛି ଚନ୍ଦ୍ରଯାନ-୩। ଆଉ ମାତ୍ର ୨ ଦିନ ପରେ ଚନ୍ଦ୍ରରେ ଅବତରଣ କରିବ ଚନ୍ଦ୍ରଯାନ। ବଦଳିଲା ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ସମୟ। ଆସନ୍ତା ୨୩ ତାରିଖ ସନ୍ଧ୍ୟା ୬ଟା ୪ ମିନିଟରେ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩।

ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବ ଲ୍ୟାଣ୍ଡର ବିକ୍ରମ। ଏ ନେଇ ଇସ୍ରୋ ପକ୍ଷରୁ ଟ୍ଵିଟ୍‌ରେ ସୂଚନା ଦିଆଯାଇଛି। ଏବେ ଚନ୍ଦ୍ରପୃଷ୍ଠକୁ ଆଉ ଦୂରତା ମାତ୍ର ୨୫ କିଲୋମିଟର ରହିଛି। ଶନିବାର ବିଳମ୍ବିତ ରାତିରେ ଦ୍ୱିତୀୟ ତଥା ଶେଷ ଡି-ବୁଷ୍ଟିଂ ମାନ୍ୟୁଭର ଅପରେସନ୍ ସଫଳତାର ସହ ଶେଷ ହୋଇଛି।

ନୂଆ କକ୍ଷପଥରେ ସ୍ଥାପିତ ହୋଇଛି ଲ୍ୟାଣ୍ଡର। ଏବେ ଚନ୍ଦ୍ରର ୨୫ କିଲୋମିଟର ଗୁଣନ ୧୩୪ କିଲୋମିଟର କକ୍ଷପଥରେ ପ୍ରବେଶ କରିଛି ବିକ୍ରମ। ଏଥିସହ ଆରମ୍ଭ ହୋଇଛି ଲ୍ୟାଣ୍ଡିଂ ପ୍ରକ୍ରିୟା। ବର୍ତ୍ତମାନ ଲ୍ୟାଣ୍ଡର ମଡ୍ୟୁଲର ଆଭ୍ୟନ୍ତରୀଣ ଯାଞ୍ଚ କରାଯିବ। ସବୁ କିଛି ଠିକ୍‌ଠାକ୍‌ ରହିଲେ ୨୩ ତାରିଖ ସନ୍ଧ୍ୟା ୬ଟା ୪ରେ ଅବତରଣ କରିବ ଚନ୍ଦ୍ରଯାନ।

ଏଥିସହ ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଂର ପ୍ରକ୍ରିୟାକୁ ମଧ୍ୟ ସିଧାପ୍ରସାରଣ ମାଧ୍ୟମରେ ଦେଖିହେବ। ଇସ୍ରୋର େଓ୍ଵବ୍‌ସାଇଟ, ୟୁଟ୍ୟୁବ୍‌ ଚ୍ୟାନେଲ୍‌, ଫେସ୍‌ବୁକ ପେଜ୍‌ ଏବଂ ଡିଡି ନ୍ୟାସନାଲ ଟିଭି ମାଧ୍ୟମରେ ଏହାର ଲାଇଭ୍‌ ଟେଲିକାଷ୍ଟ କରାଯିବ। ଅଗଷ୍ଟ ୨୩ ଭାରତୀୟ ସମୟ ଅପରାହ୍ନ ୭ଟା ୨୭ରୁ ସିଧାପ୍ରସାରଣ ଆରମ୍ଭ ହେବ।

ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ବିକ୍ରମ ଲ୍ୟାଣ୍ଡର। ଲ୍ୟାଣ୍ଡିଂ ସଫଳ ହେଲେ ଚନ୍ଦ୍ରପୃଷ୍ଠରେ ସ୍ପେସକ୍ରାଫ୍ଟ ଅବତରଣ କରାଇବାରେ ଭାରତ ହେବ ବିଶ୍ୱର ଚତୁର୍ଥ ରାଷ୍ଟ୍ର। ପୂର୍ବରୁ ଆମେରିକା, ରୁଷ ଓ ଚୀନ୍ ଚନ୍ଦ୍ରପୃଷ୍ଠରେ ମହାକାଶଯାନ ଅବତରଣ କରାଇଛନ୍ତି। ଏବେ ଇସ୍ରୋର ମୁନ୍ ମିଶନ ଉପରେ ସାରା ଦେଶ ଓ ବିଶ୍ୱ ନଜର ରଖିଛି।

କହି ରଖୁଛୁ, ଚନ୍ଦ୍ରଯାନ-୩ର ପ୍ରପଲ୍‌ସନ ମଡ୍ୟୁଲ୍‌ରୁ ଅଲଗା ହେବା ପରେ ଲ୍ୟାଣ୍ଡର୍‌ ଏବେ ନିଜେ ହିଁ ଆଗକୁ ଯାତ୍ରା କରୁଛି ଏବଂ ଚନ୍ଦ୍ରଠାରୁ ଏହା ୨୫ କିଲୋମିଟର ଦୂରରେ ଚକ୍କର କାଟୁଛି। ଚନ୍ଦ୍ରଯାନ-୩ ଜୁଲାଇ ୧୪ରେ ଲଞ୍ଚ ହେବା ପରେ ଅଗଷ୍ଟ ୫ରେ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.