ସେପ୍ଟେମ୍ବରରେ ମେଷ ରାଶିକୁ ଚଳିବେ ଦେବଗୁରୁ ବୃହସ୍ପତି, ରାଜଯୋଗ ହେତୁ ବଦଳିଯିବ ଏହି ୩ଟି ରାଶିର ଭାଗ୍ୟ

ଦେବଗୁରୁ ବୃହସ୍ପତି ଖୁବଶୀଘ୍ର ମେଷ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଏହାର ପ୍ରଭାବ ସମସ୍ତ ରାଶିର ବ୍ୟକ୍ତିଙ୍କ ଜୀବନରେ ପଡ଼ିବ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ ବା ରାଶି ପରିବର୍ତ୍ତନ କରିଥାଆନ୍ତି । ଗ୍ରହମାନଙ୍କର ଏହି ଚଳନ ରାଶି ଚକ୍ରରେ ଥିବା ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ । ଏହାଛଡ଼ା ଗ୍ରହମାନଙ୍କର ରାଶି ପରିବର୍ତ୍ତନ ଯୋଗୁଁ ଲୋକଙ୍କ ଭାଗ୍ୟ ମଧ୍ଯ ବଦଳିଥାଏ । ତେବେ ଦେବଗୁରୁ ବୃହସ୍ପତି ଖୁବଶୀଘ୍ର ମେଷ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଏହାର ପ୍ରଭାବ ସମସ୍ତ ରାଶିର ବ୍ୟକ୍ତିଙ୍କ ଜୀବନରେ ପଡ଼ିବ । ସେପ୍ଟେମ୍ବର ମାସ ୪ ତାରିଖ ସନ୍ଧ୍ୟା ୪:୫୮ ମିନିଟ୍ ରେ ବୃହସ୍ପତି ମେଷ ରାଶିରେ ପ୍ରବେଶ କରିବେ । ଏଠାରେ ସେ ଡିସେମ୍ବର ମାସ ୩୧ ତାରିଖ ଯାଏଁ ଅବସ୍ଥାପନ କରିବେ । ବୃହସ୍ପତିଙ୍କ ଏହି ରାଶି ପରିବର୍ତ୍ତନ ହେତୁ ରାଜଯୋଗ ଗଠନ ହେବ। ବୃହସ୍ପତିଙ୍କୁ ଜ୍ଞାନ, ଭାଗ୍ୟ, ଅଭିବୃଦ୍ଧିର ଗ୍ରହ ବୋଲି କୁହାଯାଏ । ଏହି ସମୟ ମଧ୍ଯରେ ୩ଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି । ବୃହସ୍ପତିଙ୍କ ଏହି ରାଶି ପରିବର୍ତ୍ତନ ହେତୁ କେଉଁ ୩ଟି ରାଶିର ଜୀବନରେ ପରିବର୍ତ୍ତନ ହେବ ଆସନ୍ତୁ ଜାଣିବା ।

ମିଥୁନ ରାଶି- ଦେବଗୁରୁ ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ଫଳରେ ରାଜଯୋଗ ଗଠନ ହେବାକୁ ଯାଉଛି । ଏହି ଯୋଗ ଫଳରେ ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଉଦୟ ହେବ । ଏହି ସମୟରେ ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ । ଜୀବନସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ । ସମ୍ପର୍କରେ ମଧୁରତା ଆସିବ । ଧନ ଓ ଆୟ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । ଭ୍ରମଣ ଯୋଗ ରହିଛି ।

ସିଂହ ରାଶି- ସ୍ୱାସ୍ଥ୍ୟ ଭଲ ରହିବ । ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି । ପୁରୁଣା ବିନିଯୋଗରୁ ଲାଭ ମିଳିବ । ସନ୍ତାନ ସନ୍ତତି ମାନଙ୍କଠାରୁ ଭଲ ଖବର ପାଇ ମନ ପ୍ରସନ୍ନ ରହିବ। ଆୟ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି । ଚାକିରି କରୁଥିବା ବ୍ୟକ୍ତିଙ୍କ ପଦୋନ୍ନତି ହୋଇପାରେ । କଠିନ ସମୟ ଦୂର ହେବ । ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ହେତୁ ଲୋକମାନଙ୍କ ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆଗ୍ରହ ପ୍ରକାଶ ପାଇବ। ପ୍ରତ୍ୟେକ କାର୍ଯ୍ୟରେ ଶୁଭଫଳ ମିଳିବ । ଅବିବାହିତଙ୍କ ବିବାହ ସ୍ଥିର ହୋଇପାରେ ।

ତୁଳା ରାଶି- ଏହି ସମୟ ମଧ୍ଯରେ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ସୁଖ ବୃଦ୍ଧି ପାଇବ । ବ୍ୟବସାୟୀମାନେ ଲାଭବାନ ହେବେ। ନୂତନ ନିବେଶ ପାଇଁ ମଧ୍ୟ ଏହି ସମୟ ବେଶ ଅନୁକୂଳ ରହିବ । କ୍ୟାରିୟରକୁ ନେଇ ଲାଗି ରହିଥିବା ବାଧ୍ୟା ବା ସମସ୍ୟା ଦୂର ହେବ । ଦୀର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ପରିବାର ସଦସ୍ୟଙ୍କ ସହ ସମ୍ପର୍କ ମଧୁର ହେବ । ନୂତନ କାର୍ଯ୍ୟ ଆରମ୍ଭ ନେଇ ସମୟ ଅନୁକୂଳ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.