ଘର ଚଳାଇବା ପାଇଁ ମହିଳାଙ୍କୁ ଦିଆଯାଉଥିଲା ୫୦ ଲକ୍ଷ ଦରମା

ଏ କଥା ହେଉଛି ରାଜା ରାଜୁଡ଼ା ସମୟର , ଯାହା କୁହାଯାଉଛି ମୋଗଲ ଶାସନ ସମୟରେ ରାଣୀ, ଶେହଜାଦି ତଥା ଅନ୍ତଃପୁରରେ ରହୁଥିବା ସ୍ତ୍ରୀମାନଙ୍କୁ ବେତନ ଦିଆଯାଉଥିଲା । ଏହାର ଆରମ୍ଭ ବାବର ଭାରତରେ ମୋଗଲ ଶାସନ ବେଳେ ଆରମ୍ଭ କରିଥିଲେ । ସାହି ହରମରେ ପ୍ରବେଶ କରୁଥିବା ପ୍ରତି ସ୍ତ୍ରୀଙ୍କୁ ସେମାନଙ୍କ ସ୍ଥିତି ଅନୁସାରେ ଜୀବନଯାକର ଭତ୍ତା ଦିଆଯାଏ ।

ଆପଣ ବି ନିଜ ସ୍ତ୍ରୀ ମାନେ ଧର୍ମପତ୍ନୀଙ୍କୁ ଦେଉଛନ୍ତିକି ମାସିକ ବେତନ ? ଆପଣ ଭାବୁଥିବେ ଏ କି କଥା, ନିଜ ସ୍ତ୍ରୀଙ୍କୁ ଆପଣ କାହିଁକି ଦରମା ଦେବେ , ଘର ସମ୍ଭାଳିବା ପାଇଁ ଏମିତି ଦେବା କେତେ ଠିକ , ଆହୁରି କେତେ କଣ କଥା.. କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏବେ ସିନା ନାରୀ ସ୍ୱାଧୀନତା ପାଇଗଲେଣି କିନ୍ତୁ ଆଗ କାଳରେ ମହିଳା ବି ଘର ଚଳାଇବା ପାଇଁ ଦରମା ପାଉଥିଲେ। ଶହ କି ହଜାର ନୁହେଁ ବରଂ ଲକ୍ଷ ଲକ୍ଷ ଟଙ୍କା … ଚାଲନ୍ତୁ ଆଜି ଆମ ଇତିହାସ ଉପରେ ଟିକେ ନଜର ପକାଇବା .. ଆଉ ଜାଣିବା ଏ କଥା କେତେ ସତ ? ଆଉ କାହିଁକି ଏମାନଙ୍କୁ ଏତେ ଟଙ୍କା ଦିଆଯାଉଥିଲା ..

ଏ କଥା ହେଉଛି ରାଜା ରାଜୁଡ଼ା ସମୟର , ଯାହା କୁହାଯାଉଛି ମୋଗଲ ଶାସନ ସମୟରେ ରାଣୀ, ଶେହଜାଦି ତଥା ଅନ୍ତଃପୁରରେ ରହୁଥିବା ସ୍ତ୍ରୀମାନଙ୍କୁ ବେତନ ଦିଆଯାଉଥିଲା । ଏହାର ଆରମ୍ଭ ବାବର ଭାରତରେ ମୋଗଲ ଶାସନ ବେଳେ ଆରମ୍ଭ କରିଥିଲେ । ସାହି ହରମରେ ପ୍ରବେଶ କରୁଥିବା ପ୍ରତି ସ୍ତ୍ରୀଙ୍କୁ ସେମାନଙ୍କ ସ୍ଥିତି ଅନୁସାରେ ଜୀବନଯାକର ଭତ୍ତା ଦିଆଯାଏ । ଯେତେବେଳେ କି ଔରଙ୍ଗଜେବଙ୍କ ଭଉଣୀ ଜହାନଆରା ବେଗମଙ୍କ ନାମ ସବୁଠୁ ପ୍ରଥମେ ଆସେ । ଜହାନଆରା ବେଗମଙ୍କ ଦରମା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବର୍ଷକୁ ଦରମା ଯାହା ଥିଲା ତାପରେ ବି ଔରଙ୍ଗଜୈବ ତାଙ୍କର ବେତନ ବଢାଇବାରେ ଲାଗିଲେ ।

ଏ ସମ୍ପର୍କରେ ସୂଚନା ଭାରତୀୟ ଇତିହାସ ଅନୁସନ୍ଧାନ ପରିଷଦର ପତ୍ରିକାରେ ବିସ୍କୃତ ଲେଖା ପ୍ରକାଶ ପାଇଛି । ଆପଣଙ୍କୁ ଏହା ନିଶ୍ଚୟ ଆଶ୍ଚର୍ଯ୍ୟ କରିବ କି କିଭଳି ମୋଗଲ ସାମ୍ରାଜ୍ୟର ରାଜପରିବାର ମହିଳାଙ୍କ ପାଇଁ ବେତନର ବ୍ୟବସ୍ଥା କରିଥିଲେ । ଆଉ ଏହାର ନେଣଦେଣ କିଭଳି ହୋଇଥାଏ ।

ସାଧାରଣତଃ ରାଜ ପରିବାରର ମହିଳାଙ୍କୁ ନଗଦ ବେତନ ଦିଆଯାଇଥାଏ । ସେହିଠାରେ ଯେଉଁ ମହିଳାଙ୍କ ବେତନ ଅପେକ୍ଷାକୃତ ଭାବେ ଅଧିକ ହୋଇଥାଏ ସେମାନଙ୍କୁ ଅଧା ରାଶି ନଗଦ ଭାବେ ଦିଆଯାଇଥାଏ । ଯେତେବେଳେ କି ବାକି ଅର୍ଥ ବରାବର ଜାଗିର ଓ ଚୁଙ୍ଗିଙ୍କୁ ଦିଆଯାଇଥାଏ ।

ଏହି କାମର ଆରମ୍ଭ ବାବର ଇବ୍ରାହିମ ଲୋଦିଙ୍କ ମା’ଙ୍କଠାରୁ କରିଥିଲେ । ଯାହାଙ୍କର ବାର୍ଷିକ ଆୟ ୭ ଲକ୍ଷଠାରୁ ବି ଅଧିକ ଥିଲା । ଏଭଳି ଭାବେ ବାବରଙ୍କ ପରେ ଅନ୍ୟ ସବୁ ସମ୍ରାଟମାନେ ତାକୁ ଜାରି ରଖିଲେ । ଯଦି ଜାହାଁଆରା ବେଗମଙ୍କ କଥା କୁହାଯାଏ ତେବେ ଶାହାଜାହାନଙ୍କ ଝିଅ ଏବଂ ଔରଙ୍ଗଜେବଙ୍କ ଭଉଣୀ ଜାହାଁଆରାଙ୍କୁ ମାଆ ମୁମତାଜଙ୍କ ମୃତ୍ୟୁ ପରେ ତାଙ୍କର ସମ୍ପତ୍ତିର ଅଧା ଭାଗ ମିଳିଥିଲା । ଯାହାର ମୂଲ୍ୟ ୫୦ ଲକ୍ଷ ଟଙ୍କା ପାଖାପାଖି ହେବ ।

ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ କି ଆରମ୍ଭରୁ ଜାହାଁଆରାଙ୍କୁ ବାର୍ଷିକ ବେତନ ହିସାବରେ ୭ ଲକ୍ଷ ଟଙ୍କା ମିଳିଥାଏ । ଜାହାଁଆରା ବାଦଶାହ ଓ ଭାଇ ଔରଙ୍ଗଜେବଙ୍କ ସବୁଠୁ ବିଶ୍ୱାସୀ ଥିଲେ । ଯାହାଫଳରେ ତାଙ୍କ ବେତନରେ ସବୁବେଳେ ବଢ଼ି ଚାଲିଥିଲା । ପରେ ତାଙ୍କର ବାର୍ଷିକ ବେତନ ୧୭ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିଥିଲା । ମୋଗଲ ସାମ୍ରାଜ୍ୟରେ ସବୁଠୁ ଖର୍ଚ୍ଚି ଥିଲେ ଜାହାଁଆରା । ଯିଏକି ବହୁତ ହି ସାନ୍ଦାର ବିଳାସମୟ ଜୀବନ ବିତାଉ ଥିଲେ । ଏହି କ୍ରମରେ ଔରଙ୍ଗଜେବଙ୍କ ଝିଅ ଜୈବୁନିସା ବେଗମଙ୍କ ବାର୍ଷିକ ୪ ଲକ୍ଷ ବେତନ ମିଳୁଥିଲା । ଯେବେ ଔରଙ୍ଗଜେବ ନିଜ ଝିଅ ଉପରେ ରାଗିଥିଲେ ତା ପରେ ତାଙ୍କର ବେତନ ରୋକି ଦେଇଥିଲେ ।

ଖାସ କଥା ଏଇଆ କି ମୋଗଲ କାଳରେ ବିଶେଷ କରି ବାଦଶାହଙ୍କ ବେଗମ ମାନେ ବ୍ୟବସାୟରେ ବେଶ ପାରଙ୍ଗମ ଥିଲେ । ଖାସ୍‌ କରି ବିଦେଶ ସହ ଯେଉଁ ବ୍ୟବସାୟ ହୋଇଥାଏ ସେଠି ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହେ । ଯେଉଁଥିରେ ନୁରଜାହାଁ ସବୁଠୁ ଆଗରେ ଥିଲେ । ବିଦେଶରେ ହେଉଥିବା କପଡା ବ୍ୟବସାୟରେ ସାମ୍ରାଜ୍ଞୀ ନୁରଜାହାନ ପଇସା ଲଗାଉଥିଲେ ଓ ବହୁତ ଲାଭ ମଧ୍ୟ କରୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.