Below header

ପୁରୀ: ତାମିଲନାଡୁରେ କାମ କରିବାକୁ ଯାଇ ନିର୍ଯ୍ଯାତନାର ଶିକାର ହୋଉଥିବା ୫ଶ୍ରମିକ ଉଦ୍ଧାର

ପୁରୀ: ପୁରୀ ଜିଲ୍ଲାରୁ କାମ ପାଇଁ ବାହାରକୁ ଯାଇ ଅକଥନୀୟ ନିର୍ଯ୍ଯାତନାର ଶିକାର ହୋଇଥିବା ୫ ଜଣ ଶ୍ରମିକଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ସହଯୋଗରେ ଉଦ୍ଧାର କରାଯାଇଛି । ଚନ୍ଦନପୁର ଥାନା ଖଣ୍ଡିଘର ଅଞ୍ଚଳର ୫ ଜଣ ବ୍ୟକ୍ତି ତାମିଲନାଡୁକୁ କାମ କରିବାକୁ ଯାଇ ସେଠାରେ ନିର୍ଯ୍ଯାତିତ ହୋଇଥିଲେ ।ପରିବାର ଲୋକଙ୍କ ଅଭିଯୋଗ କ୍ରମେ ତାଙ୍କୁ ଉଦ୍ଧାର କରି ଓଡିଶା ଫେରାଇ ଅଣାଯାଇଛି ।

ସୁଚନାନୁଯାୟୀ , ଖଣ୍ଡିଗରର ରଜତ କୁମାର ନାୟକ, ସୁବ୍ରତ କୁମାର ନାୟକ, ସୁକାନ୍ତ ସ୍ୱାଇଁ, ପ୍ରଭାତ କୁମାର ପ୍ରଧାନ ଓ ବଳରାମ ସ୍ୱାଇଁ ତାମିଲନାଡୁର ପୋନେରୀସ୍ଥିତ ଏକ ମେଡିସିନ କମ୍ପାନୀକୁ କାମ କରିବା ପାଇଁ ଯାଇଥିଲେ । କିନ୍ତୁ ସେଠାରେ ତାଙ୍କୁ ମେଡିସିନ କମ୍ପାନୀରେ କାମ ନଦେଇ  ୱେଲଡିଂ କାମ କରିବାକୁ ବାଧ୍ୟ କରାଯାଇଥିଲା । ଏକ କଠୋରୀ ଭିତରେ ସେହି ୫ଜଣଙ୍କୁ ଆବଦ୍ଧ କରି ରଖାଯିବା ସହ ୨ଦିନ ଧରି ଖାଇବାକୁ ଦିଆଯାଉନଥିଲା । ଖବର ପାଇ ପରିବାର ଲୋକେ ଅଭିଯୋଗ କରିଥିଲେ । ତେବେ ପରିବାରଙ୍କ ଅଭିଯୋଗ ପରେ ଜିଲ୍ଲା ଦୌରାଜଜ୍ ବିଦ୍ୟୁତ କୁମାର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ସେଠାକାର ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ସହଯୋଗରେ ୫ ଜଣଙ୍କୁ ଉଦ୍ଧାର କରି ଅଣାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.