Below header

ପେଟ୍ରୋଲ ଜାରରୁ ନିଆଁ ଲାଗି ଘର ଜଳିଜାଇ ଚାଲିଗଲା ୬ ବର୍ଷ ଶିଶୁ

ବଡପଡା ମିହାନ୍ତି ସାହିରେ ବିବାହରେ ବର ବାହାରିବାକୁ ଥିବା ବେଳେ ଘଟିଲା ଅଘଟଣ । ପେଟ୍ରୋଲ ଜାରରୁ ନିଆଁ ଲାଗି ଘର ଜଳିଜାଇ ଚାଲିଗଲା ୬ ବର୍ଷ ଶିଶୁର ଜୀବନ । ଶିଶୁକୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ଗ୍ରାମରେ ।

ପଟ୍ଟାମୁଣ୍ଡାଇ (କେନ୍ୟୁଜ୍‌) : ବଡପଡା ମିହାନ୍ତି ସାହିରେ ବିବାହରେ ବର ବାହାରିବାକୁ ଥିବା ବେଳେ ଘଟିଲା ଅଘଟଣ । ପେଟ୍ରୋଲ ଜାରରୁ ନିଆଁ ଲାଗି ଘର ଜଳିଜାଇ ଚାଲିଗଲା ୬ ବର୍ଷ ଶିଶୁର ଜୀବନ । ଶିଶୁକୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ଗ୍ରାମରେ । ବଡପଡା ଗ୍ରାମର ରତ୍ନାକର ମଳିକଙ୍କ ପୁଅ ଯାକେଶ୍ୱର ମଳିକର ବିଭାଘର ଥିବାବେଳେ ବରଯାତ୍ରୀ ଯିବା ପାଇଁ ବର ପକ୍ଷରୁ ପେଟ୍ରୋଲ ବାଣ୍ଟୁଥିବା ବେଳେ ଘଟିଥିଲା ଅଘଟଣ । ପାଖରେ ସିଗାରେଟ ଟାଣୁଥିବା ବେଳେ ପେଟ୍ରୋଲରେ ଲାଗିଯାଇଥିଲା ନିଆଁ । ନିଆଁ ଲାଗି ସମ୍ପୂର୍ଣ ଘର ପୋଡି ଯିବା ସହ ବନ୍ଧୁ ଘରକୁ ଆସିଥିବା ମାଟିଆ ଗ୍ରାମର ଜଣେ ପାଞ୍ଚ ବର୍ଷର ଶିଶୁ ପୁତ୍ର ମୃତ୍ୟୁ ବରଣ କରିଛି ଏହି ଅଗ୍ନିକାଣ୍ଡରେ ଲକ୍ଷା ଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.