୪ ଅନାଥ ଝିଅଙ୍କୁ ସାହା ହେଲା କିସ ଫାଉଣ୍ଡେସନ, ଶିକ୍ଷାଦାନ ପାଇଁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରତିଶ୍ରୁତି

ଦୀର୍ଘ ଦୁଇବର୍ଷ ତଳେ ବାପା ଓ ମାଆ ହାତ ଧରାଧରି ହୋଇ ୭ ଦିନ ଭିତରେ ଆରପାରିକୁ ଚାଲିଗଲେ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ କଲମଗଡିଆ ପଞ୍ଚାୟତ ଅନ୍ତର୍ଗତ ଦୁଗଧା ଗ୍ରାମର ଜୁନା ହେମ୍ରମ ଓ ଛିତା ହେମ୍ରମଙ୍କ ମୃତ୍ୟୁ ପରେ ଏବେ ୪ ଝିଅ ଅନାଥ।

ଦୀର୍ଘ ଦୁଇବର୍ଷ ତଳେ ବାପା ଓ ମାଆ ହାତ ଧରାଧରି ହୋଇ ୭ ଦିନ ଭିତରେ ଆରପାରିକୁ ଚାଲିଗଲେ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ କଲମଗଡିଆ ପଞ୍ଚାୟତ ଅନ୍ତର୍ଗତ ଦୁଗଧା ଗ୍ରାମର ଜୁନା ହେମ୍ରମ ଓ ଛିତା ହେମ୍ରମଙ୍କ ମୃତ୍ୟୁ ପରେ ଏବେ ୪ ଝିଅ ଅନାଥ। ଦୁଇ ବର୍ଷ ଧରି ବହୁ କଷ୍ଟରେ ବଡ଼ ଭଉଣୀ ଆର୍ସୁ ହେମ୍ବ୍ରମ ମୂଲ ଲାଗି ଅନ୍ୟ ତିନି ଭଉଣୀଙ୍କ ଲାଳନ ପାଳନ କରୁଥିଲେ।
କିସ୍ ଫାଉଣ୍ଡେସନ ପ୍ରତିଷ୍ଠାତା ଡ ଅଚ୍ୟୁତ ସାମନ୍ତଙ୍କ ନଜରକୁ ଏହି ୪ ଭଉଣୀଙ୍କ ଖବର ଆସିବା ପରେ ତୁରନ୍ତ ନିଜ ପ୍ରତିନିଧିଙ୍କୁ ଦୁଗୁଧା ପଠାଇଥିଲେ। ଏହା ସହିତ ବର୍ତ୍ତମାନ ସେମାନଙ୍କ ଚଳିବା ପାଇଁ ୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେମାନେ ଜନଜାତି ସଂପ୍ରଦାୟର ହୋଇଥିବାରୁ ସେମାନଙ୍କୁ କିସ୍ ଭୁବନେଶ୍ଵର ଅଣାଯାଇ ସେଠାରେ ରହିବା ସହ ଉପଯୁକ୍ତ ଶିକ୍ଷାଦାନ ପାଇଁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରତିଶ୍ରୁତି ଦେଇଛନ୍ତି।

୪ ଭଉଣୀଙ୍କୁ ତୁରନ୍ତ କିସକୁ ଆଣିବା ପାଇଁ ସେ କିସ୍ ଫାଉଣ୍ଡେସନକୁ ପରାମର୍ଶ ଦେଇଛନ୍ତି। ଅସମୟରେ ସହାୟତାର ହାତ ବଢ଼ାଇଥିବାରୁ ଆର୍ସୁ ଓ ତାଙ୍କ ଭଉଣୀମାନେ ଅଚ୍ୟୁତ ସାମନ୍ତ ଓ କିସ୍ ଫାଉଣ୍ଡେସନକୁ କୃତଜ୍ଞତା ଜଣାଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଏହି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.