Below header

ବୋହୁକୁ ମୁଣ୍ଡିଆ ମାରନ୍ତି ଶାଶୁ, ପରମ୍ପରା ପଛରେ ରହିଛି ପାରିବାରିକ ସମ୍ପର୍କର ବନ୍ଧନ

ଏକ ପ୍ରଥା ପରମ୍ପରା ହେଉଛି ବୋହୁକୁ ମୁଣ୍ଡିଆ ମାରେ ଶାଶୁ । ହଁ ଆଜ୍ଞା ଏମିତି ଏକ ନିଆରା ପରମ୍ପରା ରହିଛି ଆମରି ଓଡିଶାରେ । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ବାଳକାଟି ନିକଟ ମାହାଲି ସାହି ଗାଁରେ ଦେଖିବା କେମିତି କାଂଜିଅଁଳା ପର୍ବରେ ବୋହୁକୁ ମୁଣ୍ଡିଆ ମାରନ୍ତି ଶାଶୁ ।

ପିପିଲି (କେନ୍ୟୁଜ) : ଆମ ରାଜ୍ୟର ଅନେକ ପ୍ରଥା ପରମ୍ପରା ପାଳିତ ହୋଇଥାଏ । ପ୍ରତ୍ୟେକ ପ୍ରଥା ପରମ୍ପରା ପଛରେ ରହିଥାଏ ଖାଦ୍ୟପେୟ ଏବଂ ଆମର ପାରିବାରିକ ସମ୍ପର୍କର ବନ୍ଧନ । ସେମିତି ଏକ ପ୍ରଥା ପରମ୍ପରା ହେଉଛି ବୋହୁକୁ ମୁଣ୍ଡିଆ ମାରେ ଶାଶୁ । ହଁ ଆଜ୍ଞା ଏମିତି ଏକ ନିଆରା ପରମ୍ପରା ରହିଛି ଆମରି ଓଡିଶାରେ । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ବାଳକାଟି ନିକଟ ମାହାଲି ସାହି ଗାଁରେ ଦେଖିବା କେମିତି କାଂଜିଅଁଳା ପର୍ବରେ ବୋହୁକୁ ମୁଣ୍ଡିଆ ମାରନ୍ତି ଶାଶୁ ।

ପଶ୍ଚିମ ଆକାଶରେ ସୂର୍ଯ୍ୟ ଅସ୍ତହେବାକୁ ବସିଲେଣି । ପକ୍ଷୀମାନେ ନିଜ ନିଜ ନୀଡ଼କୁ ଫେରିବାକୁ ଲାଗିଲେଣି । ସେପଟେ ଓଡିଆ ଘରର ମା’ମାନେ ରାତି ପାଇଁ ଖାଦ୍ୟ ପ୍ରସ୍ତୁତିରେ ଲାଗି ପଡ଼ିଲେଣି । ଆଜିର ଖାଦ୍ୟ ପ୍ରସ୍ତୁତି ଅନ୍ୟ ଦିନମାନଙ୍କ ଠାରୁ ଟିକିଏ ଅଲଗା । ଭାତ ଡ଼ାଲମା ମାଛ ତରକାରୀ ସହିତ ପାଂଚ ପ୍ରକାରର ଶାଗକୁ ନେଇ ଶାଗ ଭଜା ପ୍ରସ୍ତୁତି ଚାଲିଛି । ଆଉ ତାସାଙ୍ଗକୁ ନୂଆ ପ୍ରକାରର ଖାଦ୍ୟ ତିଆରି ଚାଲିଛି ତାହା ହେଉଛି କାଂଜି । ପେଜ ତୋରାଣୀ ମୂଳା ଅଦା ଗାଜର ଭୃଶୁଙ୍ଗା ପତ୍ର ପଂଚ ଫୁଟଣ ହଳଦିର ସମିଶ୍ରଣରେ ତିଆରି ହୋଇଛି କାଂଜି । ଏହା ପ୍ରସ୍ତୁତି ହେବା ପରେ ଏହାକୁ ପୂଜା କରିବା ପାଇଁ ଘରର ମହିଳାମାନେ ଘର ଅଗଣାକୁ ନେଇଥାନ୍ତି । ପବିତ୍ର କାଂଜିଅଁଳାର ପର୍ବ ଅବସରରେ ଏଭଳି ବ୍ୟଞ୍ଜନ ପ୍ରସ୍ତୁତି କରାଯାଇଥାଏ ।

ସେପଟେ ଘରର ଅଗଣାରେ ମାଟିରେ ପନ୍ଥେଇ ତିଆରି କରି ତା ମଝିରେ କଦଳୀ ଗଛକୁ ପୋତି ଝୋଟି ଚିତା ପକାଇଥାନ୍ତି ମହିଳାମାନେ । ସାହି ପଡ଼ିଶାର ମା’ମାନେ ଏକାଠି ହୋଇଥାନ୍ତି ପନ୍ଥେଈ ମୂଳରେ । ସେପଟେ ପିତା ଶୁଖୁଆକୁ ସିନ୍ଦୁର ହଳଦୀ ଲଗାଯାଇ ହଳଦୀ କପଡ଼ାରେ ଗୁଡ଼ା ଯାଇ ସାତ ଗୋଟି ବୋହୁ ତିଆରି କରାଯାଇଥାଏ । ଏହା ସହିତ ପୋଇ ଡ଼ଙ୍କରେ ଗୋଲାକର ଖଡ଼ୁ କରାଯାଇଥାଏ ।

ଏହି ପୋଇ ଡ଼ଙ୍କକୁ ଶୁଖୁଆ ବୋହୁ ଦେହରେ ରଖାଯାଇ ପନ୍ଥେଇ ମଧରେ ରଖାଯାଇ ପ୍ରସ୍ତୁତ ହୋଇଥିବା ଖାଦ୍ୟକୁ ରଖାଯାଇ ପୂଜାର୍ଚ୍ଚନା କରାଯାଇଥାଏ । ପୂଜା ଶେଷ ହେବା ପରେ ବନ୍ଦାପନା କରାଯାଇ ଶାଶୁ ମାନେ ବୋହୁକୁ ମୁଣ୍ଡିଆ ମାରିଥାନ୍ତି । ତେବେ ଏହି ପରମ୍ପରା ପଛରେ ରହିଛି କାଂଜି । ମନୁଷ୍ୟ ଶରୀରର ପେଟ ରୋଗ ଭଲ ହେବା ପାଇଁ କାଂଜିର ଆବଶ୍ୟକତା ରହିଛି । ଏହି କାଂଜିକୁ ଖାଇବା ଦ୍ଵାରା ଶରୀରର ସୁସ୍ଥ ରହିଥାଏ ବୋଲି ସଂସ୍କୃତି ଗବେଷକ କୁହନ୍ତି । ପ୍ରତିଟି ପ୍ରଥା ପରମ୍ପରା ପଛରେ ରହିଛି ପରିବାରକୁ ଏକାଠି ସୂତ୍ରରେ ବାନ୍ଧି ରଖିବାର ବିଶ୍ୱାସ । କାଂଜିଅଁଳାରେ ପରିବାରର ସମସ୍ତଙ୍କୁ ଏକାଠି କରିବା ପାଇଁ ବୋହୁ ରୁପକ ଶୁଖୁଆ ବୋହୁଙ୍କୁ ମୁଣ୍ଡିଆ ମାରିଥାନ୍ତି ଘରର ମହିଳାମାନେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.