Below header

ଜନ୍ମ ମାଟିରେ ପହଞ୍ଚିଲା ବୀର ଯବାନଙ୍କ ପାର୍ଥିବ ଶରୀର, କାନ୍ଦୁଛି ରେମୁଣା ଗାଁ

ଆଜି ବୀର ଯବାନ ସି ଆର୍ ପି ଏଫ୍ କନଷ୍ଟେବଳ ରଞ୍ଜନ କୁମାର ସ୍ୱାଇଁ ସବୁଦିନ ପାଇଁ ଆଖିବୁଜି ଦେଇଛନ୍ତି । ବୀର ଯବାନକୁ ହରାଇ କାନ୍ଦୁଛି ରେମୁଣା ଗାଁ ଆଉ ସାଙ୍ଗସାଥୀ ବନ୍ଧୁବାନ୍ଧବ । ଆଜି ଜନ୍ମମାଟିରେ ପହଞ୍ଚିଛି ବୀର ଯବାନ ରଞ୍ଜନ କୁମାର ସ୍ୱାଇଁଙ୍କ ପାର୍ଥିବ ଶରୀର ।

ବାଲେଶ୍ୱର : ଭୋ ଭୋ କାନ୍ଦ ବୋବାଳି ଶଦ୍ଦରେ ଫାଟି ପଡ଼ୁଛି ପୂରା ଗାଁ।ବୀର ଯବାନ ପୁଅକୁ ହରାଇ ମା’ ଛାତି ଫଟାଇ କାନ୍ଦୁଛି । ସେପଟେ ସ୍ତ୍ରୀ ଚେତାଶୂନ୍ୟ ହୋଇଯାଉଛି । ପୂରା ଗାଁ ଲୋକଙ୍କ ଆଖିରୁ ଶୁଖୁନି ଲୁହ। ସେପଟେ କୁନି ଝିଅଟି ତା ବାପାକୁ ହରାଇ ଅଳି କିଏ ପୂରଣ କହି ମା ପାଖରେ କାନ୍ଦୁଛି ।

ଏ ଦୃଶ୍ୟ ଦେଖି ଆମ ଆଖି ମଧ୍ୟ ଲୁହ ଛଳ ଛଳ ହୋଇଯାଉଛି । ଏ କାନ୍ଦ ସ୍ୱର ଛାତି ଦୋହଲାଇ ଦେଉଛି । ଆଜି ବୀର ଯବାନ ସି ଆର୍ ପି ଏଫ୍ କନଷ୍ଟେବଳ ରଞ୍ଜନ କୁମାର ସ୍ୱାଇଁ ସବୁଦିନ ପାଇଁ ଆଖିବୁଜି ଦେଇଛନ୍ତି । ବୀର ଯବାନକୁ ହରାଇ କାନ୍ଦୁଛି ରେମୁଣା ଗାଁ ଆଉ ସାଙ୍ଗସାଥୀ ବନ୍ଧୁବାନ୍ଧବ । ଆଜି ଜନ୍ମମାଟିରେ ପହଞ୍ଚିଛି ବୀର ଯବାନ ରଞ୍ଜନ କୁମାର ସ୍ୱାଇଁଙ୍କ ପାର୍ଥିବ ଶରୀର । ଆଉ ପାର୍ଥିବ ଶରୀର ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ । ଏହାରି ମଧ୍ୟରେ ନିଜ ଗାଁ ମଶାଣିରେ ସରିଛି ତାଙ୍କର ଅନ୍ତିମ ସଂସ୍କାର ।

ରଞ୍ଜନ ଛତିଶଗଡର ରାୟପୁରରେ ସି ଆର୍ ପି ଏଫ୍ ଯବାନ କନଷ୍ଟେବଳ ଭାବରେ କାର୍ଯ୍ୟରତ ଥିବା ବେଳେ ଲିଭର କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିଲେ । ତାଙ୍କ ଲୀଭରରେ ଟ୍ୟୁମର ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ତାହା କ୍ୟାନ୍ସରକୁ ବ୍ୟାପିଥିଲା । ତେବେ ସେ ଚିକିତ୍ସିତ ଅବସ୍ଥାରେ ଥିବା ବେଳେ ଗତ ୫ ଡ଼ିସେମ୍ବରରେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା । ପରେ ତାଙ୍କର ରାତି ୨ ଟାରେ ବିୟୋଗ ଘଟିଥିଲା ।

ଆଜି ରାୟପୁରରୁ ପାର୍ଥିବ ଶରୀର ବାଲେଶ୍ଵରରେ ଆସି ପହଞ୍ଚିବା ପରେ ତାଙ୍କ ଜନ୍ମ ସ୍ଥାନ ନାଲାପାଟଣାକୁ ପ୍ରଥମେ ନିଆଯାଇଥିଲା । ସେଠାରେ ଗ୍ରାମବାସୀ ମାନେ ଯବାନଙ୍କ ପାର୍ଥିବ ଶରୀରକୁ ବୀର ଯବାନ ଅମର ରହେ ନାରାରେ ଦେଇ ଗ୍ରାମ ପରିକ୍ରମା କରିଥିଲେ। ପରେ ଯବାନଙ୍କ ପାର୍ଥିବ ଶରୀରକୁ ତାଙ୍କ ବାସଭବନ ଶ୍ରୀକୃଷ୍ଣ ପୁରକୁ ନିଆଯାଇଥିଲା । ଯବାନ ପାର୍ଥିବ ଶରୀର ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଯବାନକୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଯବାନକୁ ଶେଷ ଦର୍ଶନ ପାଇଁ ଗାଁ ମଶାଣି ଲୋକାରଣ୍ୟ ହୋଇ ପଡ଼ିଥିଲା । ୩୭ ବର୍ଷ ବୟସରେ ସି ଆର୍ ପି ଏଫ୍ କନଷ୍ଟେବଳ ରଞ୍ଜନ କୁମାର ସ୍ୱାଇଁଙ୍କ ପରଲୋକ ହୋଇଥିବା ବେଳେ ଘରେ ଦୁଇ ଝିଅ, ସ୍ତ୍ରୀ ଭାଇ ଓ ଭାଉଜ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.