୭୦ ତମ ରାଜ୍ୟସ୍ତରୀୟ ପୁରୁଷ ଭଲିବଲ ଟୁର୍ଣ୍ଣାମେଣ୍ଟ, ଉଦଘାଟନ କଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ

କନ୍ଧମାଳରେ ୭୦ ତମ ରାଜ୍ୟସ୍ତରୀୟ ପୁରୁଷ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ। ଦ୍ୱିତୀୟ ଥର ପାଇଁ ଏହି ମ୍ୟାଚ୍‌ ଖେଳାଯାଉଛି । ଟୁର୍ଣ୍ଣାମେଣ୍ଟକୁ ନେଇ ବେଶ୍‌ ଉତ୍ସାହ ଅଛନ୍ତି କନ୍ଧମାଳବାସୀ । କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।

କନ୍ଧମାଳ: କନ୍ଧମାଳରେ ୭୦ ତମ ରାଜ୍ୟସ୍ତରୀୟ ପୁରୁଷ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ। ଦ୍ୱିତୀୟ ଥର ପାଇଁ ଏହି ମ୍ୟାଚ୍‌ ଖେଳାଯାଉଛି । ଟୁର୍ଣ୍ଣାମେଣ୍ଟକୁ ନେଇ ବେଶ୍‌ ଉତ୍ସାହ ଅଛନ୍ତି କନ୍ଧମାଳବାସୀ । କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।

କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ରାଜ୍ୟ ଭଲିବଲ ସମ୍ପାଦକ ଗଗନେନ୍ଦୁ ଦାସ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ଏଥିରେ ମୋଟ ୩୦ଟି ଜିଲ୍ଲାରୁ ୩୧ଟି ଟିମ ଭାଗ ନେଇଛନ୍ତି। ଫୁଲବାଣୀରେ ୧୯ଟି ଦଳ, ବାଲିଗୁଡାରେ ୬ଟି ଦଳ ଓ ରାଇକିଆରେ ୬ ଟି ଦଳ ଅଂଶଗ୍ରହଣ କରିବେ। ଏଗୁଡ଼ିକ ଦିବାରାତ୍ର ମ୍ୟାଚ ହେବ।

ସେହିପରି ବୌଦ୍ଧ ଠାରେ ଖେଳାଯିବ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟ। ଏଥିରେ ୧୫ଟି ଦଳ ଅଂଶଗ୍ରହଣ କରିବେ। ୧୨ଟି ଢ଼ାବା ଭଲିବଲ ଟିମକୁ ନେଇ ଦାରିଙ୍ଗବାଡି ଠାରେ ଚମ୍ପିଆନସିପ ଆୟୋଜନ କରାଯାଇଛି। ତିନିଦିନ ଧରି ଏହି ପ୍ରତିଯୋଗୀତା ଖେଳାଯିବ। ଖେଳର କୃତୀ ଦଳକୁ କିଟ୍ ପକ୍ଷରୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ ବୋଲି କହିଛନ୍ତି କନ୍ଧମାଳ ସାଂସଦ ଡ.ସାମନ୍ତ।

ପରେ ବାଲିଗୁଡା ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ଠାରେ ୭୦ତମ ରାଜ୍ୟ ସ୍ତରୀୟ ପୁରୁଷ ବରିଷ୍ଠ ବର୍ଗ ଭଲିବଲ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେଇଥିଲେ କନ୍ଧମାଳ ସାଂସଦ।
ଏଥିରେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ବିଜୟ ନାୟକ, ବାଲିଗୁଡା ବିଧାୟକ ଚକ୍ରମଣି କହଁର ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ କ୍ରୀଡ଼ାବିତଙ୍କୁ ଉତ୍ସାହିତ କରିଥିଲେ ସାଂସଦ ଡ. ସାମନ୍ତ। ସେହିପରି ରାଇକିଆ ଆଥଲେଟିକ୍ ଆସୋସିଏସନ ପଡିଆଠାରେ ୭୦ ତମ ଷ୍ଟେଟ୍ ଲେବଲ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି।  ତେବେ କନ୍ଧମାଳରେ ଦ୍ବିତୀୟ ଥର ଏହି ମ୍ୟାଚ ଖେଳା ଯାଇଥିବାରୁ ଜିଲ୍ଲାବାସୀ ବେଶ ଉତ୍ସାହିତ ଅଛନ୍ତି। ଏହି ଟୁର୍ଣ୍ଣାମେଣ୍ଟକୁ ଦେଖିବାକୁ ଦର୍ଶକଙ୍କ ଭିଡ ଜମିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.