ଧରା ପଡିଲା ଜେଲରୁ ଚମ୍ପଟ ମାରିଥିବା କଏଦୀ

ଧରା ପଡିଲା ଜେଲରୁ ଚମ୍ପଟ ମାରିଥିବା କଏଦୀ । ନଭେମ୍ବର ୩୦ ତାରିଖରେ ସମ୍ବଲପୁର ମଣ୍ଡଳ କାରାଗାରରୁ ଚମ୍ପଟ ମାରିଥିବା ବିଚାରଧୀନ କଏଦୀ ସଞ୍ଜୀବ କିଶାନକୁ ଧରିଛନ୍ତି ପୋଲିସ ।

ଧରା ପଡିଲା ଜେଲରୁ ଚମ୍ପଟ ମାରିଥିବା କଏଦୀ । ନଭେମ୍ବର ୩୦ ତାରିଖରେ ସମ୍ବଲପୁର ମଣ୍ଡଳ କାରାଗାରରୁ ଚମ୍ପଟ ମାରିଥିବା ବିଚାରଧୀନ କଏଦୀ ସଞ୍ଜୀବ କିଶାନକୁ ଧରିଛନ୍ତି ପୋଲିସ । ସମ୍ବଲପୁର ସିଟି ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ହଠାତ୍ ପୋଲିସ ମାଡ଼ି ବସିଥିଲା । ବାଥରୁମ ଯିବା ବାହାନାରେ ଜେଲରୁ ଚମ୍ପଟ ମାରିଥିଲା ସଞ୍ଜୀବ କିଶାନ l ଏନେଇ ଧନୁପାଲି ଥାନାରେ ଏତଲା ଦେଇଥିଲେ ଜେଲ କର୍ତ୍ତୃପକ୍ଷ । ଏହାପରେ ସମ୍ବଲପୁର ଏସପିଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.