Below header

ଆୟକର ଚଢ଼ାଉ ବେଳେ ମିଳିଲା ଟଙ୍କାର ପାହାଡ଼, ଦୁଇ ଶହ କୋଟି ଟଙ୍କାରୁ ଅଧିକ କ୍ୟାସ୍ ଜବତ

ଆୟକର ଫାଙ୍କିବା ଅଭିଯୋଗରେ ଚଢ଼ାଉ ବେଳେ ମିଳିଲା ଟଙ୍କାର ପାହାଡ଼। ଦୁଇ ଶହ କୋଟି ଟଙ୍କାରୁ ଅଧିକ କ୍ୟାସ୍ ଜବତ । ତାଜୁବ୍ ଆୟକର ବିଭାଗ । ଟିକସ ଫାଙ୍କି ଅଭିଯୋଗରେ ମଦ ଓ ସ୍ପିରିଟ ପ୍ରସ୍ତୁତକାରୀ କଂପାନୀ ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ ଲିମିଟେଡ ଉପରେ ଦୁଇ ଦିନ ହେବ ଆୟକର ବିଭାଗ ରେଡ୍ କରିଛି ।

ଆୟକର ଫାଙ୍କିବା ଅଭିଯୋଗରେ ଚଢ଼ାଉ ବେଳେ ମିଳିଲା ଟଙ୍କାର ପାହାଡ଼। ଦୁଇ ଶହ କୋଟି ଟଙ୍କାରୁ ଅଧିକ କ୍ୟାସ୍ ଜବତ । ତାଜୁବ୍ ଆୟକର ବିଭାଗ । ଟିକସ ଫାଙ୍କି ଅଭିଯୋଗରେ ମଦ ଓ ସ୍ପିରିଟ ପ୍ରସ୍ତୁତକାରୀ କଂପାନୀ ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ ଲିମିଟେଡ ଉପରେ ଦୁଇ ଦିନ ହେବ ଆୟକର ବିଭାଗ ରେଡ୍ କରିଛି । କମ୍ପାନୀ ଅଫିସରୁ କୋଟି କୋଟିର ନଗଦ ମିଳିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଟଙ୍କାର ଉତ୍ସ କଣ ? କୁଆଡୁ ଆସିଥିଲା ଓ କାହିଁକି ରଖାଯାଇଥିଲା, ଆରମ୍ଭ ହୋଇଛି ଖୋଳତାଡ ।

ଓଡ଼ିଶାରେ ବଡ଼ ଆଇଟି ରେଡ୍ । ଆଳୁ ଖୋଳୁ ଖୋଳୁ ମହାଦେବ । ରେଡ୍ ବେଳେ ମିଳିଲା ଟଙ୍କା ପାହାଡ଼ର ସୁରାକ । ମଦ ବ୍ୟବସାୟୀଙ୍କ ଟଙ୍କା ଦେଖି ଆୟକର ଅଧିକାରୀ ଟେରା । ବିଡ଼ା ବିଡ଼ା ନୋଟରେ ଭର୍ତ୍ତି ଆଲମିରା । ଯେଉଁଠି ହାତ ମାରିଲେ ମିଳୁଛି ନୋଟ୍ ବିଡ଼ା । କାଲିଠୁ ରେଡ୍ । ଟଙ୍କା ଗଣି ଗଣି ମେସିନ୍ ବି ହାଲିଆ । ଟିକସ ଫାଙ୍କି ଅଭିଯୋଗରେ ମଦ ଓ ସ୍ପିରିଟ ପ୍ରସ୍ତୁତକାରୀ କଂପାନୀ ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ ଲିମିଟେଡ ଉପରେ ଆୟକର ବିଭାଗର ରେଡ୍ ପରେ ଖୋଲୁଛି ଗୁମର ।

ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛନ୍ତି ଆୟକର ବିଭାଗର ଅଧିକାରୀ । ଭୁବନେଶ୍ବର, ଖୋର୍ଦ୍ଧା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର ଓ ରାୟଗଡ଼ା ସହ ରାଜ୍ୟ ବାହାରେ ଥିବା ୨୫ରୁ ଅଧିକ ସ୍ଥାନରେ ରେଡ୍ ବେଳେ ମିଳିଛି ପୁଳା ପୁଳା ଟଙ୍କା । ଏଯାଏ କେତେ ଟଙ୍କା ମିଳିଛି ଆୟକର ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନି । ଅନୁମାନ କରାଯାଉଛି ଜବତ ଟଙ୍କା ପରିମାଣ ୨୦୦ କୋଟିରୁ ଅଧିକ ହୋଇପାରେ ।

ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍ ଗ୍ରୁପ୍ । ରାଞ୍ଚି ବେସଡ୍ କମ୍ପାନୀ । କୋଲକାତାରେ ରେଜିଷ୍ଟ୍ରେସନ୍ ହୋଇଛି । ଓଡ଼ିଶାରେ ଥିଲା କମ୍ପାନୀ ହେର୍ଡକ୍ବାର୍ଟର। ଓଡ଼ିଶା ସମେତ ୪ଟି ରାଜ୍ୟ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ବିହାରରେ ଅପରେସନ୍ ଚଳାଇଥିଲା । ବିଡିପିଏଲ୍ ଗ୍ରୁପ୍ ଅଧୀନରେ ୪ଟି କମ୍ପାନୀ ରହିଛି । ଏଗୁଡ଼ିକ ହେଲା ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍, ବଳଦେବ ସାହୁ ଇନଫ୍ରା ପ୍ରାଇଭେଟ୍ ଲିମିଟେଡ୍, କ୍ବାଲିଟି ବଟଲର ପ୍ରାଇଭେଟ୍ ଲିମିଡେଟ୍ ଓ କିଶୋର ପ୍ରସାଦ ବିଜୟ ପ୍ରସାଦ ବ୍ରେଭେରେଜ୍ ପ୍ରାଇଭେଟ୍ ଲିମିଟେଡ୍ । ବଳଦେବ ସାହୁ ଇନଫ୍ରା ପ୍ରାଇଭେଟ୍ ଲିମିଟେଡ୍ ଫ୍ଲାଏ ଆସ୍ ବ୍ୟବସାୟ କରୁଛି ।

କ୍ବାଲିଟି ବଟଲର ପ୍ରାଇଭେଟ୍ ଲିମିଡେଟ୍ ଆଇଏମଏଫଏଲ୍ ବଟଲିଂ କରୁଥିବା ବେଳେ କିଶୋର ପ୍ରସାଦ ବିଜୟ ପ୍ରସାଦ ବ୍ରେଭେରେଜ୍ ପ୍ରାଇଭେଟ୍ ଲିମିଟେଡ୍ ବିଦେଶୀ ମଦର ସେଲ୍ସ ଓ ମାର୍କେଟିଂ କରିଥାଏ । ଉଦୟ ଶଙ୍କର ଦାସ ବିଡିପିଏଲ୍ ଗ୍ରୁପର ଅଧ୍ୟକ୍ଷ ଅଛନ୍ତି । ରିତେଶ ସାହୁ ଅଛନ୍ତି ଏରହାର ପରିଚାଳନା ନିର୍ଦ୍ଦେଶକ । ୫ ଜଣ ନିର୍ଦ୍ଦେଶକ ଅଛନ୍ତି । ଭୁବନେଶ୍ବର ପଳାଶପଲ୍ଲୀରେ କମ୍ପାନୀର କର୍ପୋରେଟ ଅଫିସ ଅଛି । ବୌଦ୍ଧ ଜିଲ୍ଲା ତିତିରିକଟାରେ ରହିଛି ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥା । କମ୍ପାନୀର ଫ୍ୟାକ୍ଟ୍ରି, ପ୍ଲାଣ୍ଟ ଓ ସାଇଟ୍ ଅଫିସରେ ରେଡ୍ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.