ଘର ପୋଡ଼ି ଦୁଃଖ ସହିନପାରି ଜୀବନ ହାରିଲେ ମହିଳା

ଯାଜପୁର ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ବିତନା ପଞ୍ଚାୟତ ପୁରସ୍ତମପୁର ଗ୍ରାମରେ ବିଦ୍ୟୁତ୍ ସଟସର୍କିଟରୁ ଘର ପୋଡ଼ି ଲକ୍ଷାଧିକ ଟଙ୍କା ସୁନା ଗହଣା ଓ ଘରର ସମସ୍ତ ସାମଗ୍ରୀ ନଷ୍ଟ ହୋଇଯାଇଛି।

ଯାଜପୁର ଟାଉନ: ଯାଜପୁର ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ବିତନା ପଞ୍ଚାୟତ ପୁରସ୍ତମପୁର ଗ୍ରାମରେ ବିଦ୍ୟୁତ୍ ସଟସର୍କିଟରୁ ଘର ପୋଡ଼ି ଲକ୍ଷାଧିକ ଟଙ୍କା ସୁନା ଗହଣା ଓ ଘରର ସମସ୍ତ ସାମଗ୍ରୀ ନଷ୍ଟ ହୋଇଯାଇଛି। ଏ ଦୁଃଖ ସହି ନପାରି ଘରର ମହିଳା ଆତ୍ମହତ୍ୟା କରିବା ପରି ଘଟଣା ସାମନାକୁ ଆସିଛି ।

ମୃତ ମହିଳା ହେଲେ ଜନ୍ମେଜୟ ନାୟକଙ୍କ ପତ୍ନୀ ଧନୁଲତା ନାୟକ । କୌଣସି କାରଣରୁ ହଠାତ ବିଦ୍ୟୁତ୍ ସଟ୍ସର୍କିଟ ହୋଇ ନିଆଁ ଲାଗିଯାଇଥିଲା। ଘରେ ଥିବା ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା |

ଗ୍ରାମବାସୀଙ୍କ ସମେତ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଲିଭାଇଥିଲେ | ଘର ପୋଡ଼ିବା ପରେ ଧନୁଲତା ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ । ବିଳମ୍ବିତ ରାତିରେ ଘର ପଛପଟେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଳକୁଣ୍ଡ ଥାନାରେ ଆଜି ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ ଥାନାଧିକାରୀ ପହଞ୍ଚି ମୃତଦେହକୁ ଜବତକରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ପଠାଇ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.