Below header

୧୨୫ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ, ୧୯ ପ୍ରକଳ୍ପକୁ ଅନୁମୋଦନ

ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ୧୨୫ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ୪,୮୦୪.୩୫ କୋଟିର ୧୯ ପ୍ରକଳ୍ପକୁ LSWCAର ଅନୁମୋଦନ ମିଳିଛି । ଫଳରେ ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ୧୭ହଜାର ୫୫୩ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

କେନ୍ଦ୍ରାପଡ଼ାରେ ୨୦୦କୋଟିର ଟେକ୍ସଟାଇଲ ପ୍ରକଳ୍ପ, କଳିଙ୍ଗ ନଗରରେ ଟାଟା ଷ୍ଟିଲର ୭୩୫ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଯାଜପୁରରେ JSL ୧୫୦ କୋଟି ଟଙ୍କାର ପ୍ରକଳ୍ପ କରିବ । ଢେଙ୍କାନାଳରେ ରୁଙ୍ଗଟା ମାଇନ୍ସର ୯୯୧ କୋଟିର ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଷ୍ଟିଲ, ପେଣ୍ଟ, ପ୍ଲାଷ୍ଟିକ, କେମିକାଲ୍ସ ଆଦି ବିଭିନ୍ନ କ୍ଷେତ୍ରରେ ଏହି ନିବେଶ ହେବ ।.

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.