Below header

ପିକ୍ ଅପ୍ ଭ୍ୟାନ୍ ଦୁର୍ଘଟଣା, ୧୪ ଛାତ୍ର ଆହତ

ପିକ୍ ଅପ୍ ଭ୍ୟାନ୍ ଦୁର୍ଘଟଣା ହେବ ଯୋଗୁ ୧୪ ଛାତ୍ର ଆହତ ହୋଇଥିବା ଜଣାଯାଇଛି l ଆର. ଉଦୟଗିରି ଚମ୍ପା ଘାଟିରେ ଘଟିଛି ଦୁର୍ଘଟଣା l

ମୋହନା : ପିକ୍ ଅପ୍ ଭ୍ୟାନ୍ ଦୁର୍ଘଟଣା ହେବ ଯୋଗୁ ୧୪ ଛାତ୍ର ଆହତ ହୋଇଥିବା ଜଣାଯାଇଛି l ଆର. ଉଦୟଗିରି ଚମ୍ପା ଘାଟିରେ ଘଟିଛି ଦୁର୍ଘଟଣା l ପିକ୍ ଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା l ବ୍ଲକସ୍ତରୀୟ ଆମ ଓଡିଶା ନବୀନ ଓଡିଶା ଖେଳପ୍ରତିଯୋଗିତା ସାରି ଆର. ଉଦୟଗିରିରୁ ଛେଳିଗଡ଼ ଫେରିବାବେଳେ ଘଟିଥିଲା ଦୁର୍ଘଟଣା l ପିଟି ଶିକ୍ଷକ ନିଜେ ଗାଡି ଚଳାଉଥିବା ସୂଚନା ମିଳିଛି l ସମସ୍ତ ଛାତ୍ର ଛେଳିଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ବୋଲି ଜଣା ପଡିଛି l ଆହତ ଛାତ୍ରଙ୍କୁ ଆର. ଉଦୟଗିରି ଏବଂ ଚନ୍ଦ୍ରଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.