Below header

ଜିରାଙ୍ଗ ବୌଦ୍ଧ ମନ୍ଦିରରେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ଗଜପତି ଜିଲ୍ଲା ଜିରାଙ୍ଗ ବୌଦ୍ଧ ମନ୍ଦିର ପରିଦର୍ଶନ କରିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ତାଙ୍କୁ ବିପୁଳ ସ୍ୱାଗତ ଜଣାଇଥିଲେ ତିବ୍ବତୀୟ ବୌଦ୍ଧ ସନ୍ନ୍ୟାସୀ ଓ ଜିଲ୍ଲା ପ୍ରଶାସନ l

ଗଜପତି ଜିଲ୍ଲା ଜିରାଙ୍ଗ ବୌଦ୍ଧ ମନ୍ଦିର ପରିଦର୍ଶନ କରିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ତାଙ୍କୁ ବିପୁଳ ସ୍ୱାଗତ ଜଣାଇଥିଲେ ତିବ୍ବତୀୟ ବୌଦ୍ଧ ସନ୍ନ୍ୟାସୀ ଓ ଜିଲ୍ଲା ପ୍ରଶାସନ l ବୁଦ୍ଧଙ୍କ ମୂର୍ତ୍ତି ଆଗରେ ଧ୍ୟାନ ମୁଦ୍ରାରେ ବସି ପ୍ରାର୍ଥନା କରିଥିଲେ l ତିବ୍ବତୀୟମାନେ ଗତ ୮ ଦିନ ହେଲା ଏକ ସ୍ୱତନ୍ତ୍ର ପୂଜା କରିଛନ୍ତି l ଆଜି ପୂଜାର ଶେଷ ଦିନ ଥିବାବେଳେ ଅତିଥି ଭାବେ ଯୋଗ ଦେଇଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ l

ଏହି ସ୍ୱତନ୍ତ୍ର ପୂଜାରେ ଦେଶ ବିଦେଶର ବହୁ ବୌଦ୍ଧ ଧର୍ମlବଲମ୍ବୀ ଯୋଗଦେଇ ପୂଜାର୍ଚନା କରିଛନ୍ତି l ତିବତୀୟ ବୌଦ୍ଧ ମନ୍ଦିର ବିକାଶ ପାଇଁ ରାଜ୍ୟ ସରକାର ପୂର୍ବରୁ ୨ କୋଟି ୮୯ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ l ସେହିପରି ରାଜ୍ୟ ସରକାର ତିବ୍ବତୀୟ ଙ୍କ ପାଇଁ ଅନେକ ଅନୁଦାନ ସହ ରାସନ କାର୍ଡ, ଭୋଟର କାର୍ଡ, ଭତ୍ତା ବ୍ୟବସ୍ଥା କରିଛନ୍ତି l ଏଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.