Below header

ଖୋର୍ଦ୍ଧା: ବାଲୁଗାଁ ପୋଲିସକୁ ସଫଳତା, ଗିରଫ ହେଲେ ୬ ହାଇ-ୱେ ଲୁଟେରା

ଟଙ୍ଗୀ(କେନ୍ୟୁଜ୍):   ଖୋର୍ଦ୍ଧା  ଜିଲ୍ଲା ୧୬ ନମ୍ବର  ଜାତୀୟ ରାଜପଥ ରାମେଶ୍ୱର ଠାରୁ ଖଲ୍ଲିକୋଟ ମଧ୍ୟରେ ଏହି କିଛି ଦିନ ଧରି ଡକାୟତ ମାନଙ୍କର ଦୌରାତ୍ମ୍ୟ ବଢ଼ି ଚାଲିଥିଲା l  ଗତ ୨୨ ତାରିଖ ଦିନ ଦ୍ୱିପ୍ରହରେ ସମୟରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳର ଏକ ଟ୍ରକ ଡ୍ରାଇଭର ଚେନ୍ନାଇରୁ କଲିକତା ଅଭିମୁଖେ ଟ୍ରକ ନେଇ ଯାଉଥିବା ବେଳେ ବାଲୁଗାଁ ଥାନା ଅଧିନସ୍ଥ  ଖଡିକାପଲ୍ଲୀ ନିକଟରେ ଗାଡି ରଖି ଶୌଚ ପାଇଁ ଟ୍ରକରୁ ଓହ୍ଲାଇ ଥିଲେ।  ଏତିକି ବେଳେ ଅଚାନକ  ୭ଜଣ ଡକାୟତ ଏକ ଅଟୋରିକ୍ସାରେ ଆସି  ମାରଧର କରି ଗୋଟିଏ ମୋବାଇଲ, ନଗଦ ୧୧ ହଜାର ଟଙ୍କା, ଟ୍ରକଚାବି ଏବଂ ଡ୍ରାଇଭିଂ ଲାଇସେନ୍ସ ଛଡେଇ ନେବାକୂ ଉଦ୍ୟମ କରିଥିଲେ। ଡ୍ରାଇଭର ଜଣକ ଜଣେ ଡକାୟତକୁ ଧରି   ମୋତେ ମାରିଦେଲେ ବୋଲି ଚିତ୍କାରକରିଥିଲେ।

ଏହି ସମୟରେ ସ୍ଥାନୀୟ ଲୋକମାନେ ଘଟଣା ସ୍ଥଳକୁ ଦୌଡ଼ି ଆସି ଡ୍ରାଇଭର ଧରିଥିବା ଡକାୟତ ଓ ଅନ୍ୟ ୨ ଜଣ ଡକାୟତଙ୍କୁ କାବୁ କରିନେଇଥିଲେ l କିନ୍ତୁ ଘଟଣା ସ୍ଥଳରୁ କୌଶଳ କ୍ରମେ ଅନ୍ୟ  ୪ଜଣ ଡକାୟତ ଫେରାର ହେଇଯାଇଥିଲେ l ଖବର ପାଇ ନାଭାଲ ଫାଣ୍ଡି ଅଧିକାରୀ ଗୋବିନ୍ଦ ଗୌଡ଼, ବାଲୁଗାଁ ଥାନା ଅଧିକାରୀ  ରମାକାନ୍ତ ମହାଳିକ ପହଁଞ୍ଚି ୩ ଜଣ ଡକାୟତଙ୍କୁ ଅଟକ ରଖିଥିଲେ । ସେମାନଙ୍କ ବୟାନ ଅନୁଯାୟୀ  ବାଲୁଗାଁ ଏସ.ଡି.ପି. ଓ ମାନସ ରଞ୍ଜନ ବାରିକଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ଆଉ ୩ ଡ଼କାୟତଙ୍କୁ ଧରିବାରେ ସଫଳ ହୋଇଛି ବାଲୁଗାଁ ପୋଲିସ l ଅନ୍ୟ ଜଣେ ଡକାୟତ ଏପର୍ଯ୍ୟନ୍ତ ଫେରାର ଅଛି।

balugaon

ଆଜି  ଏ ନେଇ ବାଲୁଗାଁ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସୂଚନା ଦେଇଛନ୍ତି ବାଲୁଗାଁ ଏସ୍ଡ଼ିପିଓ ମାନସ ରଞ୍ଜନ ବାରିକ। ଏସ୍ଡ଼ିପିଓ ଙ୍କ ସୂଚନା ମୁତାବକ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଅଟୋ ରିକ୍ସା, ନଗଦ୧୧ ହଜାର ଟଙ୍କା ଓ ମୋବାଇଲ ଜବତ କରିବା ସହ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.