Below header

ଛତିଶଗଡ଼ ଜବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଭାରସାମ୍ୟ ହରାଇ ବୋଲେରୋ ଓଲଟି ଚାଲିଗଲା ୩ ଜଣଙ୍କ ଜୀବନ

ଉମରକୋଟ(କେନ୍ୟୁଜ୍): ସାଇଡ ଦେବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବୋଲେରୋ । ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ମେନ୍ ପୁର ଡାକ୍ତରଖାନା ରେ ଭର୍ତି କରାଯାଇଛି । ଏମିତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଛତିଶଗଡ଼ର ଜବଲପୁର ନିକଟରେ । ସଡ଼କ ସୁରକ୍ଷା ମାସ ଚାଲିଥିବା ବେଳେ ଜାତୀୟ ରାଜପଥ ୧୩୦ ରେ ଜବଲପୁର ନିକଟରେ ଦ୍ରୁତ ଗତିରେ ଚାଲୁଥିବା ଏକ ବୋଲେରୋ ଅନ୍ୟ ଏକ ଗାଡିକୁ ସାଇଡ ଦେବା ସମୟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା  । ଯାହାଫଳରେ ବୋଲେରୋର ଟାୟାର ଫାଟି ଯାଇଥିଲା ଏବଂ ବୋଲେରୋଟି ରାସ୍ତା ଉପରେ ପାଞ୍ଚଥର ପଲଟି ଯାଇଥିଲା ।

accident umor

 

ଦୁର୍ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ୮ ଜଣ  ଗୁରୁତର ହୋଇଥିଲେ । ଦୁର୍ଘଟଣା ଘଟିଥିବା ବୋଲେରୋଟିର ନମ୍ବର ହେଲା ସି.ଜି. ୦୫ ୟୁ ୧୨୮୫ । ଏବଂ ଏଥିରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ତୋହର ଓ ବେହେଡ଼ା ପଞ୍ଚାୟତର ଲୋକ ରହିଥିଲେ। ଗାଡିରେ ମୋଟ ୧୦ ଜଣ ଥିଲେ। ଘଟଣା ସ୍ଥଳରେ ଡ୍ରାଇଭର ନିରଞ୍ଜନ ପାତ୍ର,ସୁଧାର ହରିଜନ ଓ ଚରଣ ମାଝୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏମାନେ ଡ୍ରାଇଭିଂ ଲାଇସେନ୍ସ କାମରେ  ଛତିଶଗଡର ଗରିଆବନ୍ଧକୁ ଯାଇଥିଲା ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.