କଟକ: ପୋଲିସ କଲୋନୀ ଉଚ୍ଛେଦ କରି ବସ୍ତି ବାସିନ୍ଦାଙ୍କ ଥଇଥାନକୁ ବିରୋଧ, ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଘେରିଲେ ଚାଉଳିଆଗଞ୍ଜ ବାସିନ୍ଦା

କଟକ(କେନ୍ୟୁଜ୍):  କଟକ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଘେରାଉ କଲେ ଚାଉଳିଆଗଞ୍ଜ ବାସିନ୍ଦା । ପୋଲିସ କଲୋନୀ ଉଚ୍ଛେଦ କରି ବସ୍ତି ବାସିନ୍ଦାଙ୍କ ଥଇଥାନ ଯୋଜନାକୁ ବିରୋଧ କରାଯାଇଛି । ହଜାରେରୁ ଅଧିକ ସାହି ବାସିନ୍ଦା ଘଣ୍ଟାଏରୁ ଅଧିକ ସମୟ ଧରି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟକୁ ଘେରାଉ କରି ରଖିଥିଲେ । ପରେ ଏକ ପ୍ରତନିଧି ମଣ୍ଡଳୀ ବର୍ତ୍ତମାନ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ।

ଏପଟେ ଜିଲ୍ଲାପାଳ କହିଛନ୍ତି କଟକ ବଡ ମେଡିକାଲକୁ ବିଶ୍ୱସ୍ତରୀୟ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ରହିଛି । ଏଥିପାଇଁ ତାଳଦଣ୍ଡା କେନାଳରୁ ବସ୍ତି ଉଚ୍ଛେଦ ହେଉଛି, ବସ୍ତିବାସିନ୍ଦା ମାଲଗୋଦାମ ଓ ଛତ୍ରବଜାରରେ କାମ କରୁଛନ୍ତି, ତେଣୁ ସେମାନଙ୍କୁ ପାଖାପାଖି ଅଞ୍ଚଳରେ ସାମୟିକ ଭାବେ ଥଇଥାନ କରାଯାଉଛି । ଏଥିପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.