ଆଜି ଭାରତ-ଚୀନ୍‌ ମଧ୍ୟରେ ୯ମ କମାଣ୍ଡରସ୍ତରୀୟ ବୈଠକ, ସାମିଲ୍‌ ହେବେ ଉଚ୍ଚ ପ୍ରତିନିଧୀ

ନୂଆଦିଲ୍ଲୀ :  ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଏଯାଏ ସମାଧାନ ହୋଇନାହିଁ । ସେନା ପ୍ରତ୍ୟାହାର ନେଇ ଉଭୟ ଦେଶ ମଧ୍ୟରେ କୈାଣସି ସମାଧାନର ବାଟ ଫିଟିନାହିଁ । ଫଳରେ ଏଲ୍‌ଏସିରେ ଲାଗି ରହିଛି ଉତ୍ତେଜନାମୂଳକ ପରିସ୍ଥିତି । ତେବେ ଉଭୟ ଦେଶ ନିଜ ଯିଦ୍‌ରେ ଅଟଳ ଥବାରୁ ବୈଠକ ସଫଳ ହୋଇପାରିନାହିଁ ।

lac
photo credit: DNA India

ଆଜି ଦୁଇ ଦେଶ ମଧ୍ୟରେ ପୁଣି ଥରେ ୯ମ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ୯ ମାସ ଧରି ପୂର୍ବ ଲଦାଖରେ ଲାଗିଥିବା ଉତ୍ତେଜନାର ସମାଧାନ ପାଇଁ ଏହି ବୈଠକ କରାଯିବ । ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଉଚ୍ଚ ପ୍ରତିନିଧୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଜଣାପଡ଼ିଛି ।

ପ୍ରକାଶଯୋଗ୍ୟ, ନଭେମ୍ବର ୬ରେ ଉଭୟ ପକ୍ଷର ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା । ହେଲେ ସେଥିରେ କୈାଣସି ନିଷ୍ପତ୍ତି ହୋଇ ପାରିନଥିଲା । ଉତ୍ତେଜନା କମ୍‌ କରିବାକୁ ଦୁଇ ଦେଶ ମଧ୍ୟରେ ପୁଣି ଥରେ ରବିବାର ୯ମ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.