ଏବେ ନକଲିର ଚେର ବ୍ରହ୍ମପୁରରେ, ଏକ ନକଲି ସସ୍‌ କାରଖାନା ସିଜ୍ କଲା ବଡ଼ ବଜାର ପୋଲିସ

ବ୍ରହ୍ମପୁର(କେନ୍ୟୁଜ୍): କଟକ, ଭୁବନେଶ୍ବର ଓ ସମ୍ବଲପୁର ପରେ ଏବେ ନକଲିର ଚେର ବ୍ରହ୍ମପୁରକୁ ବ୍ୟାପିଛି। ଆଜି ବଡ଼ ବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ ଗଣପତିନଗରରୁ ଠାବ ହୋଇଛି ଏକ ନକଲି ସସ୍‌ କାରଖାନା । ଏହି କାରଖାନରୁ ବିପୁଳ ପରିମାଣର ନକଲି ସସ୍ ମିଳିବା ପରେ କାରଖାନାକୁ ପୋଲିସ ସିଜ୍ କରିଛି । ଜଣେ ମହିଳା ଏହି କାରଖାନା ଚଳାଉଥିବାର ଜାଣିବାପୁ ପାଇଛି ପୋଲିସ।

ସିଜ୍ ବେଳେ ୨୨୦ପେଟି ଟମାଟୋ, ଚିଲି ଓ ସୋୟା ସସ୍‌ ଜବତ ହୋଇଛି । ବ୍ରହ୍ମପୁର ସହରର ବିଭିନ୍ନ ହୋଟେଲ୍‌, ଫାଷ୍ଟଫୁଡ୍‌ ଦୋକାନରେ ଏହି ନକଲି ସସ୍‌ ବ୍ୟବହାର ହେଉଥିଲା ବୋଲି ଜଣାପଡ଼ିଛି। ତେବେ ଏହି କାରବାର ପଛରେ ଆଉ କାହାର ହାତ ରହିଛି ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.