ଜୟ ଶ୍ରୀରାମ କହିବାରୁ ଚିଡ଼ିଗଲେ ଦିଦି, ଆଉ ଦେଲେନି ଭାଷଣ

କୋଲ୍‌କାତା :  ଆଜି ଥିଲା କୋଲକାତାରେ ନେତାଜୀ ଜୟନ୍ତୀ ସମାରୋହ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ‘ପରାକ୍ରମ ଦିବସ’ ସମାରୋହରେ ଯୋଗ ଦେବା ପାଇଁ ପଶ୍ଚିମବଙ୍ଗ ପହଞ୍ଚିଥିଲେ ପ୍ରାଧାନମନ୍ତ୍ରୀ । ପୋର୍ଟକଲ୍‌ ଅନୁଯାୟୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  ( ଦିଦି) ମଧ୍ୟ ସଙ୍ଗରେ ଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ପୂର୍ବରୁ ମମତାଙ୍କ ଭାଷଣ ଦେବାର ଥିଲା । ହେଲେ ସେ କହିବା ପୂର୍ବରୁ ଉପସ୍ଥିତ ଜନତାଙ୍କ ମଧ୍ୟରୁ କିଛି ଲୋକ ଜୟ ଶ୍ରୀରାମ ଓ ମୋଦୀ ଧ୍ୱନୀ ଦେଇ ମମତାଙ୍କୁ ଚିଡ଼ାଇ ଦେଇଥିଲେ । ଫଳରେ ମମତା ରାଗିଯାଇ ଭାଷଣ ଦେବାକୁ ମନା କରିଦେଇଥିଲେ ।

ସ୍ଳୋଗାନ ଦେଉଥିବା ଲୋକଙ୍କୁ ମମତା କହିଥିଲେ ‘ଏହା କୈାଣସି ରାଜନୈତିକ ର‍୍ୟାଲି ନୁହେଁ । ଏହା ଏକ ସରକାରୀ କାର୍ଯ୍ୟକ୍ରମ । ଏଠାରେ ଥିବା ଲୋକମାନେ ଏହାର ଗାରିମା ରକ୍ଷା କରିବା ଉଚିତ୍‌ । ’

‘ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରୁଛି । ଜଣକୁ ଆମନ୍ତ୍ରୀତ କରି ଅପମାନିତ କରିବା ଉଚିତ୍‌ ନୁହେଁ । ତେଣୁ ଏହାର ପ୍ରତିବାଦରେ ମୁଁ ଭାଷଣ ନଦେବାକୁ ସ୍ଥିର କରିଛି ବୋଲି ମମତା କହିଥିଲେ । ଶେଷରେ ଜୟ ହିନ୍ଦ୍‌ ଓ ଜୟ ବଙ୍ଗଳା କହି ବସି ପଡ଼ିଥିଲେ । ମମତାଙ୍କ ଏହି ଚିଡ଼୍‍ ଚିଡା ଭାବ ଉପସ୍ଥିତ ଜନତାଙ୍କ ମଧ୍ୟରେ ବେଶ କୈାତୁହଳ ସୃଷ୍ଟି କରିଥିବା ଦେଖିବାକୁ ମିଳିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.