Below header

ବାଲେଶ୍ବର: ଭାଲୁ ଆକ୍ରମଣରେ ୩ ଗୁରୁତର ୩ ଆହତ

ବାଲେଶ୍ବର(କେନ୍ଯୁଜ୍): ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଧିନ ବାଉଁଶବଣିଆ ଅଞ୍ଚଳରେ ଭାଲୁଙ୍କ ଉତ୍ପାତ। ଆଜି ଭାଲୁ ଆକ୍ରମଣରେ ୩ଜଣ ଗୁରୁତର ହେବା ସହ ୩ଜଣ ଆହତ ହୋଇଛନ୍ତି। ସୂଚନା ମୁତବାକ ଆଜି ସକାଳ ସମୟରେ ୫ଟା ସମୟରେ ଔପଦା ବ୍ଲକ ଅଧିନ ବାଉଁଶବଣିଆ ଅଂଚଳରୁ ୨ଟି ଭାଲୁ ଜଙ୍ଗଲକୁ ଫେରୁଥିବା ବେଳେ ଦିନ ହୋଇଯିବାରୁ ଗାଁରେ ପଶି ଆତଙ୍କ ଚଳାଇଥିଲେ। ଏହିସମୟରେ ଟଣକା ଗ୍ରାମର ଜଳଧର ବିଶ୍ବାଳଙ୍କ ଘରକୁ ପଶି ଯିବା ପରେ ତାଙ୍କ ପତ୍ନୀ ସିଗ୍ଧାଙ୍କୁ ଆକ୍ରମଣ କରିଥିଲା। ସିଗ୍ଧାଙ୍କ ମୁଣ୍ଡ ଏବଂ ଦେହରେ ଗଭୀର ଆଘାତ ଲାଗିଥିବା ବେଳେ ଜୀବନ ବିକଳରେ ଚିତ୍କାର କରୁଥିବା ବେଳେ ଜଳଧର ତାଙ୍କୁ ବଞ୍ଚାଇବାକୁଯାଇ ମଧ୍ଯ ଭାଲୁ ଆକ୍ରମଣର ସିକାର ହୋଇଥିଲେ।

ପରେ ଭାଲୁ ଗୁଡିକ ଗାଁ ଭିତର ସେଦଇ ଫେରିବା ବେଳେ ଗ୍ରାମର ଅନ୍ଯ ବ୍ଯକ୍ତିଙ୍କୁ ମଧ୍ଯ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ୬ ଜଣଙ୍କୁ ନୀଳିଗିରି ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଜଳଧର ଏବଂ ସିଗ୍ଧାଙ୍କୁ ବାଲେଶ୍ବର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.