Below header

ଝାଡ଼ଖଣ୍ଡ ଓ କର୍ଣ୍ଣାଟକରେ ମୃଦୁ ଭୂମିକମ୍ପ ଅନୁଭୂତ, ଆତଙ୍କିତ ସ୍ଥାନୀୟ ଲୋକେ

ନୂଆଦିଲ୍ଲୀ: ଆଜି ସକାଳେ ଦୁଇ ଦୁଇଟି ସ୍ଥାନରେ ମୃଦୁ ଭୂମିକମ୍ପ। ଝାଡ଼ଖଣ୍ଡର ଜାମସେଦପୁର ଏବଂ କର୍ଣ୍ଣାଟକର ହାମ୍ପିରେ  ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ସକାଳ ପାଖାପାଖି ୬ଟା ୫୫ମିନଟ୍ ରେ ଜାମସେଦପୁରରେ ୪.୭ ତୀବ୍ରତାର ଭୂମିକମ୍ପ ହୋଇଥିବା ନେଇ ନ୍ୟାସ୍‌ନାଲ୍ ସେଣ୍ଟର୍‌ ଫର୍ ସିସ୍‌ମୋଲୋଜି ପକ୍ଷରୁ ଜଣାପଡ଼ିଛି।

ଠିକ୍ ସେହିପରି କର୍ଣ୍ଣାଟକର ହାମ୍ପିରେ ମଧ୍ୟ ୪.୦ ତୀବ୍ରତାର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପ ଯୋଗୁଁ ସମ୍ପୃକ୍ତ ଅଞ୍ଚଳର ଲୋକେ ଆତଙ୍କିତ ହୋଇ ଘର ବାହାରକୁ ଚାଲି ଆସିଥିଲେ। ଭୂମିକମ୍ପ ଯୋଗୁଁ ହୋଇଥିବା କ୍ଷୟକ୍ଷତି ସମ୍ବନ୍ଧରେ ଏପର୍ଯ୍ୟନ୍ତ କୌଣସି ଖବର ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.